Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ ରଖି ଧୋକା ଦେଲେ ପ୍ରେମିକ : ନାବାଳିକା ଏବେ ୭ମାସର ଗର୍ଭବତୀ

10/07/2021 at 5:08 PM

ବାଂଶପାଳ ୧୦।୭: ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ ପରେ ଧୋକା । ବାପା-ମା’ ଛେଉଣ୍ଡ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଯୁବକ ଏବେ ଫେରାର। ନାବାଳିକା ଜଣଙ୍କ ଏବେ ୭ ମାସର ଗର୍ବବତୀ ହୋଇ ବାର ଦୁଆର ଶୁଣ୍ଢି ପିଣ୍ଢା ହେଉଛନ୍ତି । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ବାମେବାରୀ ଥାନା ଅଞ୍ଚଳର ବାପା-ମା’ ଛେଉଣ୍ଡ ନାବାଳିକା ଗତ ୮/୧୦ ମାସ ତଳେ ମଳିବୁହା ପର୍ବରେ ବାଂଶପାଳ ବ୍ଲକ୍ ଅଞ୍ଚଳରେ ରହୁଥିବା ସମ୍ପର୍କୀୟ କାକାଙ୍କ ଘରକୁ ଯାଇଥିଲେ। ସେଠାରେ କିଛି ଦିନ ରହିବା ଭିତରେ ସେହି ଗ୍ରାମରେ ପୋଲ କାମରେ ନିୟୋଜିତ ମନୁ ଦେହୁରୀ ନାମକ ଜଣେ ଯୁବକଙ୍କ ସହିତ ପ୍ରଥମେ ଦେଖା ସାକ୍ଷାତ ଓ ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଧୀରେ ଧୀରେ ମନୁଙ୍କ ସହିତ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ନାବାଳିକା ଏବେ ୭ ମାସର ଗର୍ଭବତୀ । ମନୁ ଏହି ଖବର ଜାଣିବା ପରେ ନାବାଳିକାଙ୍କୁ ଏକୁଟିଆ ଛାଡ଼ିଦେଇ କାଞ୍ଜିପାଣି ଥାନା ଅଞ୍ଚଳରେ ଥିବା ନିଜ ଗାଁକୁ ଚାଲିଯାଇଥିଲା । ପରେ ପୀଡ଼ିତ ନାବାଳିକା ଜଣଙ୍କ ଘରକୁ ଚାଲିଯାଇଥିଲେ । ବାପା-ମା’ କେହି ନଥିବାରୁ ନିଜ ମାମୁଁଙ୍କ ଘରେ ରହିଥିଲେ । ହେଲେ ସେ ଗର୍ଭବତୀ ଥିବା ଜାଣି ପାରି ତାଙ୍କୁ ତଡି ଦିଆଯାଇଥିଲା।

ଲୋକ ଲଜ୍ଜା ଭୟରେ ନାବାଳିକା ଜଣଙ୍କ କିଛି ଦିନ ଜଙ୍ଗଲରେ ଭୋକ ଉପାସରେ ରହିଥିଲେ । ତେବେ ଗତ ସପ୍ତାହ ତଳେ ଗାଁରେ ଥିବା ବେଳେ ମନୁ ହଠାତ ବାମେବାରି ପଟୁ ଆସୁଥିବା ଦେଖିଥିଲେ ଓ ନାବାଳିକା ଜଣଙ୍କ ତାଙ୍କୁ ପାଖରେ ପାଇ ସାଙ୍ଗରେ ନେଇଯିବା ପାଇଁ ଜିଦ ଧରିଥିଲେ। ମନୁ ତାଙ୍କୁ ସାଙ୍ଗରେ ଆଣିଥିଲା ସତ  ହେଲେ ଗତ ସୋମବାର ନାବାଳିକାଙ୍କୁ ଭେଜିଡ଼ିହି ମଲଡା ନଦୀ ପୋଲ ଉପରୁ ଠେଲିଦେବା ପାଇଁ ଯୋଜନା କରୁଥିବା ବେଳେ ଭେଜିଡିହି ଗ୍ରାମର ଛେଳି ଚରାଳିମାନେ ଜାଣିପାରି ତାଙ୍କୁ ଉଦ୍ଧାର କରିଥିଲେ। ମନୁ ଦେହୁରୀ ଛେଳି ଚରାଳିଙ୍କୁ ଦେଖି ଫେରାର ହୋଇଯାଇଥିଲା। ନାବାଳିକା ଜଣଙ୍କ ଏବେ ଛେଳି ଚରାଳି ସମାର ମୁଣ୍ଡା ଓ ସୁବୁନି ମୁଣ୍ଡାଙ୍କ ଘରେ ଆଶ୍ରୟ ନେଇଛନ୍ତି । ଭୋକ ଉପାସରେ ଦିନ କାଟୁଥିବା ନାବାଳିକା ଜଣଙ୍କ ଏବେ ପ୍ରଶାସନିକ ସାହାଯ୍ୟକୁ ଭରସା କରିଛନ୍ତି।

   Related Posts