Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଖାକି ବର୍ଦ୍ଦିର ପିଛା ଛାଡୁନି କଳଙ୍କ : ନାବାଳିକାକୁ ପିସିଆର ଭ୍ୟାନରେ ଉଠାଇନେଲେ, ମହିଳା କର୍ମଚାରୀ ଥାଇ ବି କଲେ ଅଶ୍ଲୀଳ ଆଚରଣ

8/09/2020 at 3:57 PM

ବରଗଡ, ୦୮|୦୯  :   ପୁଣି ଲାଗିଲା ଖାକିରେ କଳଙ୍କ । ଜଣେ ନାବାଳିକାକୁ କୌଣସି କାରଣ ନଥାଇ  ପିସିଆର ଭ୍ୟାନରେ ଉଠେଇ ନେଲା ପୋଲିସ ।ଆଉ ଦେଢ଼ ଘଣ୍ଟା କାଳ ସହରର ବିଭିନ୍ନ ସ୍ଥାନ ବୁଲାଇବା ପରେ କାହାକୁ କିଛି ନ କହିବା ପାଇଁ ଧମକ ଦେଇ ଘର ଠୁ କିଛି ଦୂରରେ ଛାଡି ଦେଲା ପିସିଆର ଭ୍ୟାନ୍ ।ଏପରି ଏକ ସଙ୍ଗିନ ଅଭିଯୋଗ ଆସିଛି ବରଗଡ଼ ପୋଲିସ ବିରୋଧରେ ।

ଲୋକେ ସମସ୍ୟାରେ ପଡିଲେ କିମ୍ବା ବିପଦରେ ପଡିଲେ ତୁରନ୍ତ ଫୋନ କରିଥାନ୍ତି  ପିସିଆରକୁ । ଆଉ ପିସିଆରରେ ଥିବା ପୋଲିସ କର୍ମଚାରୀମାନେ ଅସୁବିଧା ରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିଥାନ୍ତି ମାତ୍ର ବରଗଡ଼ରେ ଦେଖିବାକୁ ମିଳିଛି ଏହାର ଠିକ୍ ଓଲଟା ।ଯାହା କି ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ର ବିଷୟ ହୋଇଛି ।

ସୂଚନାନୁସାରେ, ଗତ ୬ ତାରିଖ ଦିନ ଟାଉନ ଥାନା ଅନ୍ତର୍ଗତ ଖଲିଆ ପାଲିଗ୍ରାମରେ ସନ୍ଧ୍ୟାରେ ଜଣେ ନାବାଳିକା  ଅନଲାଇନ କ୍ଳାସ ସମ୍ପର୍କରେ ବୁଝିବା ପାଇଁ ଜଣେ ସାଙ୍ଗ ଘରକୁ ଯାଉଥିଲେ । ସେହି ସମୟରେ  ହଠାତ ସେଇବାଟେ ଯାଉଥିବା ପିସିଆର ଭ୍ୟାନ ଅଟକିଥିଲା ।ସେଥିରେ ବସିଥିବା ପୋଲିସ କର୍ମଚାରୀମାନେ ନାବାଳିକାଜଣକୁ ଗାଡିରେ ବସିବା ପାଇଁ କହିଥିଲେ । ନାବାଳିକାଜଣଙ୍କ ଭୟଭୀତ ହୋଇ ଭ୍ୟାନରେ ବସିଥିଲେ ।ପରେ ତାକୁ ଦୁଇ ଘଣ୍ଟା କାଳ ସହରର ବିଭିନ ସ୍ଥାନ ବୁଲାଇବା ପରେ ଘରଠୁ କିଛି ଦୂରରେ ଛାଡ଼ିଦେଇଥିଲା ବୋଲି ସମ୍ପୃକ୍ତ ନାବାଳିକା ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ଏଣେ ତେଣେ ବୁଲାଇବା ସମୟରେ ତାଙ୍କ ପ୍ରତି ଅସଦାଚରଣ କରାଯାଇଥିବା ନାବାଳିକାଜଣଙ୍କ କହିଛନ୍ତି ।ଏହି ଘଟଣାର ତଦନ୍ତ କରାଯାଇ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ନାବାଳିକା ।

   Related Posts