ପରକୀୟା ପ୍ରୀତି ନେଲା ଜୀବନ : ୪ ମାସର ଗର୍ଭବତୀ ନାବାଳିକାଙ୍କୁ ପୋଡି ମାରିଦେଲା ପ୍ରେମିକ !

Published By : Prameya-News7 Bureau | September 23, 2020 IST

ସୁନ୍ଦରଗଡ ୨୩।୯: ପ୍ରେମ ପାଇଁ ଘଟିଛି ହତ୍ୟାକାଣ୍ଡ । ସୁନ୍ଦରଗଡ ଜିଲ୍ଲା ତଳସରା ପୋଷ୍ଟ ଅଫିସ ସମ୍ମୁଖରେ ପଡିଥିଲା ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ମଙ୍ଗଳବାର ଉଦ୍ଧାର କରିଥିଲା ପୋଲିସ ।

ସୂଚନା ଅନୁସାରେ, ନାବଳିକା ଜଣଙ୍କ ଜଣେ ଯୁବକଙ୍କ ସହ ଏକ ଭଡା ଘରେ ରହୁଥିଲେ । ସଂପୃକ୍ତ ଯୁବକ ଜଣଙ୍କ ନାବାଳିକାଙ୍କୁ କିରୋସିନ ଢାଳି ପୋଡି ଦେଇଥିବା ଅଭିଯୋଗ ହୋଇଛି । ନାବଳିକା ଜଣଙ୍କ ୪ ମାସର ଗର୍ଭବତୀ ଥିବା ଜଣାପଡିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।

ଅନ୍ୟପଟେ ଯୁବକ ଜଣଙ୍କ ପୂର୍ବରୁ ବିବାହ କରିଥିବା ବେଳେ ନାବଳିକାଙ୍କ ସହ ପରକୀୟା ପ୍ରୀତି ରଖିଥିବା ଅଭିଯୋଗ ହୋଇଛି । ଘଟଣା ପରେ ସଂପୃକ୍ତ ଯୁବକ ଜଣଙ୍କ ଫେରାର ହୋଇଯାଇଛି । ଫେରାର ଯୁବକକୁ ଖୋଜିବା ପାଇଁ ପୋଲିସ ଉଦ୍ୟମ ଜାରିଛି ପୋଲିସ । ଏଥିପାଇଁ ୭ଟି ଟିମ୍ ଗଠନ କରି ୭ଟି ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.