ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ଗତକାଲିଠାରୁ ଥିଲେ ନିଖୋଜ
4/01/2021 at 5:00 PM

ପଦ୍ମପୁର ୪।୧: ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଯୋଗେନ୍ଦ୍ରନାପୁର ଗ୍ରାମରେ ନିକଟରୁ ମିଳିଛି । ୯ବର୍ଷର ନାବାଳିକାଙ୍କ କ୍ଷତବିକ୍ଷତ ମୄତଦେହ ସେହି ଗ୍ରାମର ଗ୍ରାମ୍ୟ ଜଙ୍ଗଲରୁ ଉଦ୍ଧାର କରାଯାଇଛି ।
ସୂଚନାଯୋଗ୍ୟ ଯେ, ନାବାଳିକାଙ୍କ ବାପା-ମା ଇଟାଭାଟିରେ କାମ କରନ୍ତି । ରବିବାର ବାପା-ମା’ ଇଟାଭାଟିରେ ଥିବାବେଳେ ପିଲାଟି ରାନ୍ଧିବା ପାଇଁ ଇଟା ଭାଟିରୁ ଘରକୁ ଆସିଥିଲା । ଝିଅଟି ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲା । ଦୋକାନରୁ ଜିନିଷ କିଣି ଘରକୁ ଆଉ ଫେରିନଥିଲା । ପରିବାରଲୋକ ସନ୍ଧ୍ୟାରେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ମିଳିନଥିଲା ।
ସୋମବାର ସକାଳୁ କିଛି ଲୋକ ଶୌଚ ହେବା ପାଇଁ ଆସିଥିବା ବେଳେ ମୄତଦେହ ଦେଖିବାକୁ ପାଇଥିଲେ । ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।