TMCରେ ନାବାଳିକାଙ୍କ ମୃତ୍ୟୁ, ଫେରିଥିଲେ ତାମିଲନାଡୁରୁ

Published By : Prameya-News7 Bureau | June 11, 2020 IST

ତରଭା ୧୧।୬: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ମାୟାବର୍ହା ସଙ୍ଗରୋଧ କେନ୍ଦ୍ରରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ସାରସମାଲର ଜଣେ ୧୪ ବର୍ଷ ବୟସ୍କ ନାବାଳିକା ତାମିଲନାଡୁରୁ ଫେରି ମାୟାବର୍ହା TMCରେ ନିଜ ପରିବାର ସହ ରହୁଥିଲେ । ତେବେ ବୁଧବାର ରାତିରେ ସେ ହଠାତ୍ ଅଚେତ୍ ହୋଇପଡିଥିଲେ । ଖବର ପାଇ ଡାକ୍ତରୀ ଦଳ ଆସି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ । ଡାକ୍ତର ପାର୍ଥ ପ୍ରୀତମ ପଣ୍ଡା ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାରୁ ରାମପୁର ପୋଲିସ ଶବକୁ ଜବତ କରି, ଶବ ବ୍ୟବଚ୍ଛେଦ ପାଇଁ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଅନ୍ୟପଟେ ମୃତକଙ୍କ ମାମୁଁ ସଂଗରୋଧରେ ଅବ୍ୟବସ୍ଥା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ରାମପୁର ଥାନାରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.