TMC ସେଣ୍ଟରରେ ନାବାଳିକାଙ୍କ ମୃତ୍ୟୁ : ପରିବାର ସହ ତେଲେଙ୍ଗାନାରୁ ଫେରିଥିଲେ
6/06/2020 at 1:25 PM

ନୂଆପଡା ୬।୬: TMC ସେଣ୍ଟରରେ ନାବାଳିକାଙ୍କ ମୃତ୍ୟୁ । ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଚଲାନପଡା TMC ସେଣ୍ଟରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ନାବାଳିକା ଜଣଙ୍କ ସ୍ଥାନୀୟ ଝୋଲପଥର ଗାଁର ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ନାବାଳିକା ଜଣଙ୍କ ପରିବାର ସହ ତେଲେଙ୍ଗାନାରୁ ଫେରିଥିଲେ । ଫେରିବା ପରେ TMC ସେଣ୍ଟରରେ ସେମାନଙ୍କୁ ରଖାଯାଇଥିଲା । ତେବେ ରାତିରେ ନାବାଳିକା ଜଣଙ୍କୁ ସାମନ୍ୟ ଜ୍ବର ହେବା ସହ ସେ ଅସୁସ୍ଥତା ଅନୁଭବ କରିଥିଲେ । ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ନାବାଳିକାଙ୍କ ମୃତ୍ୟୁ ଖବର ପାଇ ଘଟଣାସ୍ଥଳକୁ ସ୍ବାସ୍ଥ୍ୟ କର୍ମଚାରୀ ଯାଇଥିଲେ । ମୃତ ନାବାଳିକାଙ୍କ ସ୍ବାବ୍ ସଂଗ୍ରହ କରାଯାଇଛି । ସ୍ବାବ୍ ରିପୋର୍ଟ ଆସିବା ସହ ଶବ ବ୍ୟବଚ୍ଛେଦ ହେବାପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।
Related Posts
ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
27 January 2021
ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
27 January 2021