ଖେଳୁଥିବା ବେଳେ ନାବାଳିକାଙ୍କ ଉପରେ ମାଡିଗଲା ଟ୍ରାକ୍ଟର, ଡାକ୍ତରଖାନାରେ ଚାଲିଗଲା ଜୀବନ

Published By : Prameya-News7 Bureau | December 11, 2020 IST

ସୋର ୧୧।୧୨: ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନାବାଳିକା ଉପରେ ମାଡିଗଲା ଟ୍ରାକ୍ଟର । ଦୁର୍ଘଟଣାରେ  ନାବାଳିକାଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ସୋର ଥାନା କାନପୁର ଅଞ୍ଚଳର ଦୟାନିଧି ଜେନାଙ୍କ ୫ ବର୍ଷର ଝିଅ ଚନ୍ଦନା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ସେହି ବାଟ ଦେଇ ଯାଉଥିବା ଏକ ଦ୍ରୁତଗାମୀ ଟ୍ରାକ୍ଟର ମାଡିଯାଇଥିଲା । ଚନ୍ଦନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ସୋର ଡାକ୍ତରଖାନାକୁ ନେଇ ଆସିଥିଲେ । ମାତ୍ର ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.