Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଚିକିତ୍ସାଧିନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ

31/05/2020 at 3:18 PM

ତରଭା ୩୧।୫: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅବହେଳା ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ କପାସିରା ଗାଁର ୧୨ ବର୍ଷର ନାବାଳିକା ଲିସାଙ୍କୁ ସାମାନ୍ୟ ଜ୍ବର ହେବାରୁ ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରଥମେ ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ଦେଇ ପଳାଇ ଯାଇଥିଲେ । ପରେ ଅନ୍ୟ ଜଣେ ଡାକ୍ତର ଆସିବାରୁ ତାଙ୍କୁ ବାରମ୍ବାର ଚିକିତ୍ସା ପାଇଁ ତାଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ମୃତ ନାବାଳିକାଙ୍କ ବାପା ଡିଙ୍ଗର ପ୍ରଧାନ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, ବାରମ୍ବାର ଅନୁରୋଧ ପରେ ବି ଡାକ୍ତର ଜଣଙ୍କ ରୋଗୀଙ୍କୁ ତ ଦେଖିଲେନାହିଁ ମୃତକଙ୍କ ପରିବାରବର୍ଗଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଡୁଙ୍ଗୁରିପାଲି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବିନିକା ପଠାଇଛନ୍ତି ।

   Related Posts