Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ

23/04/2021 at 3:14 PM

ନୀଳଗିରି ୨୩।୪: ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ତଳକିଆ ପଞ୍ଚାୟତ ଅନ୍ତର୍ଗତ ଡ଼ିମ୍ପୁରା ଗାଁରେ ଥିବା ଏକ ପୋଖରୀରେ ପଡି ନାବାଳିକାଙ୍କ ମୃତ୍ୟୁ ହୋଇଛି । ଖଇରା ଥାନା ଅନ୍ତର୍ଗତ ଆନ୍ଦୋଳା ଗ୍ରାମର ସନାତନ ଦାସଙ୍କ ଝିଅ ଚୁମୁକି କିଛି ଦିନ ତଳେ ତାଙ୍କ ଭଉଣୀ ଘର ଔପଦା ଥାନା ଡିମ୍ପୁରା ଗ୍ରାମର ଖୁସି ଦାସ ଘରକୁ ବୁଲିବାକୁ ଆସିଥିଲେ । ଶୁକ୍ରବାକ ଦିନ ୧୧ଟା ସମୟରେ ସାଙ୍ଗମାନଙ୍କ ସହ ପାଖରେ ଥିବା ଏକ ପୋଖରୀରେ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ସେ ବୁଡିଯାଇଥିଲେ । ସଙ୍ଗେ ସଙ୍ଗେ ପାଖରେ ଥିବା ଲୋକେ ଔପଦା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇ ଦମକଳ କେନ୍ଦ୍ରର କର୍ମଚାରୀ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଔପଦା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ଡାକ୍ତର  ଯୁବତୀକୁ ମୃତ ଘୋଷଣା କରିଥିଲେ ।  ନାବାଳିକାଙ୍କ ଏଭଳି ଅକାଳ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିର ପୋଷ୍ଟ ମର୍ଟମ କରିଛି ।

   Related Posts