ପାଣି କାଢିବା ବେଳେ କୂଅରେ ଖସିପଡିଲେ ନାବାଳିକା, ମୃତ ଘୋଷଣା କଲେ ଡାକ୍ତର

Published By : Prameya-News7 Bureau | November 16, 2020 IST

ଆନନ୍ଦପୁର ୧୬।୧୧: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ସାଇଁକୂଳ ଗାଁରେ କୂଅରେ ଖସିପଡି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳିକା ଗାଁର ବିଜନ ପରିଡାଙ୍କ ଭାଣିଜୀ ମିନୁ ସଙ୍ଖୁଆ ।

ସୂଚନାଯୋଗ୍ୟ ଯେ, ମାମୁ ଘରେ ରହି ପାଠ ପଢୁଥିବା ମିନୁ । ଗ୍ରୀଡ୍ ମେଣ୍ଟେନାନ୍ସ ପାଇଁ ବିଦ୍ୟୁତ କାଟ୍ ହୋଇଥିଲା । ମିନୁ ଗାଧୋଇବା ପାଇଁ ବାଡିରେ ଥିବା କୂଅରୁ ପାଣି କାଢିବା ସମୟରେ ହଠାତ୍ କୂଅରେ ପଡିଯାଇଥିଲା । ଖବରପାଇ ଘସିପୁରା ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଁଞ୍ଚି କୂଅରୁ ତାଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଡାକ୍ତରଖାନାରେ ପହଁଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାମଚନ୍ଦ୍ରପୁର ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.