ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ କିଭଳି ନାବାଳିକାଙ୍କୁ ଯୁବକ କରୁଛନ୍ତି ଅସଦାଚଣ ଦେଖନ୍ତୁ ସିସିଟିଭି ଫୁଟେଜ, ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ…

Published By : Prameya-News7 Bureau | August 27, 2019 IST

ଭୁବନେଶ୍ବର୨୭|୮: ନାବାଳିକାକୁ ଅସଦାଚରଣ । ଘଟଣା ଘଟିବାର ୬ ଦିନ ହୋଇଗଲାଣି । ମାତ୍ର ପୋଲିସର ହାତ ଖାଲି ।ଏଭଳି ଘଟଣାଟି  କୌଣସି ଉପାନ୍ତା ଅଞ୍ଚଳରେ ଘଟି ନାହିଁ । ଖୋଦ ରାଜଧାନୀ ଭୁବନେଶ୍ବର ଏକ ଜନଗହଳୀ ପୂର୍ଣ ଇଲାକାରେ ଘଟିଛି ।

{"id":149806}

ଅସୁରକ୍ଷିତ ରାଜଧାନୀ । ସ୍ପଷ୍ଟ ଦିବାଲୋକରେ ନାବାଳିକାକୁ ଅସଦାଚରଣ କରୁଛି ଯୁବକ । ଏଭଳି ଘଟଣାଟି  କୌଣସି ଉପାନ୍ତା ଅଞ୍ଚଳରେ ଘଟି ନାହିଁ । ଖୋଦ ରାଜଧାନୀ ଭୁବନେଶ୍ବର ଏକ ଜନଗହଳୀ ପୂର୍ଣ ଇଲାକାରେ ଘଟିଛି । ଘଟଣା ଘଟିବାର ୬ ଦିନ ହୋଇଗଲାଣି । ମାତ୍ର ପୋଲିସର ହାତ ଖାଲି । ନାବାଳିକାକୁ ଅସଦାଚରଣ କରିଥିବା ଯୌନ ପିପାସୁ ରାଜଧାନୀରେ ଅନାସୟରେ ବୁଲୁଛି ।

{"id":149807}

ଭଲ କରି ଦେଖନ୍ତୁ ଏହି ଫଟୋକୁ । ଇଏ ହେଉଛି ଲକ୍ଷ୍ମୀ ସାଗର ଥାନା ଅଧିନସ୍ଥ ଶବର ସାହି ଲେନ୍ । ସମୟ ପାଖାପାଖି ସଂନ୍ଧ୍ୟା ୫ ଟା ବାଜି ୪୨ ମନିଟ୍ । ଜଣେ ନାବାଳିକା ଯୁବତୀ ସାଇକେଲରେ ଟିଉସନ ଯାଉଥଲେ । ଦେଖନ୍ତୁ କିଭଳି ସ୍କୁଟିରେ ଜଣେ ଯୁବକ  ନାବାଳିକା ଯୁବତୀଙ୍କୁ ପିଛା କରୁଛି ।

{"id":149808}

ପ୍ରଥମେ ତା ସହ କିଛି କଥା ହେଉଛି , ଯାହା ଫଟୋରେ ସ୍ପଷ୍ଟ ଜଣାପଡି ଯାଉଛି । କଥା ହେବାର କିଛି ସମୟ ପରେ ନାବାଳିକାଙ୍କୁ ଜବର ଜବରଦସ୍ତି ଅଟକାଉଛି । ପରେ ତା ସହ ଅସଧାଚରଣ କରୁଛି । ଏ ପୂରା ଘଟଣା ଏକ ସିସି ଟିଭିରେ କୈଦ ହୋଇଯାଇଥିଲା ।

{"id":149809}

ଗତ ୨୧ ତାରିଖ ଏହି ଘଟଣା ଘଟିଛି । ଏହାକୁ ନେଇ  ନାବାଳିକାଙ୍କର ପରିବାର ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ଦାୟର କରିଥିଲେ । ମାତ୍ର ପୋଲିସ ଦୋଷୀକୁ ଏଯାଏ ପାଉନି । ଅପରପକ୍ଷରେ ଏହାକୁ ନେଇ ତଦନ୍ତ ଚାଲିଛି । ଦୋଷୀ ବିରୋଧରେ ତୁରନ୍ତ କାର୍ଯନୁଷ୍ଠାନ ହେବ ବୋଲି ଆଡିସିନାଲ ପୋଲିସ କମିଶନର ସଞ୍ଜୟ ସିଂ କହିଛନ୍ତି ।

{"id":149810}

ରାଜଧାନୀରେ ବାରମ୍ବାର ଏଭଳି ଘଟଣା ଘଟୁଛି । ୨୦୧୮ ର ରେକର୍ଡ ଅନୁସାରେ ରାଜଧାନୀରେ ନାବାଳିକି ଦୁଷ୍କର୍ମ ମାମଲା ପୂର୍ବ ବର୍ଷ ଅପେକ୍ଷା ଅଧିକ ଥିଲା । ଯାହାକୁ ନେଇ କମିଶନରେଟ ପୋଲିସ ସମାଲୋଚନାର ଶିକାର ହୋଇଥିଲା । ତେବେ ଏହାକୁ ରୋକିବା ପାଇଁ ପରୀ ଯୋଜନା ଆରମ୍ଭ କରିଥିଲା ।

wp:html
/wp:html

ମାତ୍ର ଏତେସବୁ ପରେ ମଧ୍ୟ ଏଭଳି ଘଟଣା ସମ୍ନାକୁ ଆସୁଛି । କମିଶନରେଟ ପୋଲିସର କାର୍ଯ୍ୟାଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଦିଗରରେ ତ୍ବରିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ପୂର୍ବତନ ପୋଲିସ ଡିଜି ଏସ.ଏନ.ତିୱାରୀ କହିଛନ୍ତି ।

ନବାଳିକାକୁ ଅସଦାଚରଣ କରି ଅନାସାୟରେ ଭୁବନେଶ୍ବରରେ ବୁଲୁଛି ଯୌନ ପିପାସୁ । ଘଟଣା ଘଟିବାର ୬ ଦିନ ହୋଇ ଗଲାଣି । ମାତ୍ର ଏଯାଏ ପୋଲିସ ହାତ ଖାଲି । ଏଥିରୁ ସ୍ପଷ୍ଟ ଜଣାପଡୁଛି ନବାଳିକା ଯୁବତୀଙ୍କ ପାଇଁ ରାଜଧାନୀ ସତରେ ଅସୁରକ୍ଷିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.