୧୫ ଦିନ ହେଲା ସୁଧାରଗୃହରୁ ନିଖୋଜ ନାବାଳିକା

Published By : Prameya-News7 Bureau | May 01, 2018 IST

୧୫ ଦିନ ହେଲା ସୁଧାରଗୃହରୁ ନିଖୋଜ ଥିବା ନାବାଳିକା ଝିଅର ସନ୍ଧାନ ପାଇଁ ଥାନା ଠାରୁ ଆରମ୍ଭକରି ସବୁ ଅଧିକାରୀଙ୍କୁ ଗୁହାରୀ କରି ଥକି ପଡିଲେଣି ବାପା ମା । ଝିଅର କୈ।ଣସି ସନ୍ଧାନ ମିଳୁନାହିଁ । ଝିଅକୁ ମାରି ଦିଆଯାଇଥିବା ପରିବାର ଲୋକ ସନ୍ଦେହ କରୁଥିବା ବଳେ ଉଦ୍ଧାର ପାଇଁ ସମସ୍ତ ଚେଷ୍ଟା କରାଯାଉଥିବା ନୟାଗଡ ଜିଲ୍ଲା ଶିଶୁ ସୂରକ୍ଷା ଅଧିକାରୀ କହିଛନ୍ତି । ନାବାଳିକା ଝିଅକୁ ଖୋଜିଖୋଜି ବାପାମାଙ୍କ ଆଖିରୁ ଲୁହ ଶୁଖୁନି । ଝିଅ ବଞ୍ଚିଛି କି ତାକୁ ମାରି ଦିଆଯାଇଛି ସେ ସନ୍ଦେହରେ ଥାନାଠାରୁ ଅଫିସ ପର୍ଯ୍ୟନ୍ତ ସବୁଠିକୁ ଦୈ।ଡୁଛନ୍ତି ହଲେ କୈ।ଣସି ଉତ୍ତର ମିଳୁନାହିଁ । ନୟାଗଡ ଜିଲ୍ଲା ଫତେଗଡ ଥାନା ଦୁବପଲ୍ଲି ଗଁ।ର ରବି ନାୟକ ଭୂବନେଶ୍ବରରେ କାମ କରନ୍ତି । ତାଙ୍କ ପରିବାର ଲୋକ ଗଁ।ରେ ରୁହନ୍ତି । ତାଙ୍କର ୧୪ ବର୍ଷର ନାବାଳିକା ଝିଅକୁ ଗତମାସ ୨୮ ତାରିଖରେ ଗଞାମ ଜିଲ୍ଲା ଜିରାବାଡି ଗଁ।ର ପ୍ରସନ୍ନ ନାୟକ ଏବଂ ତାର ପରିବାର ଲୋକ ଘରେ ପଶି ଉଠାଇନେଇଥିଲେ । ଏ ସମ୍ପର୍କରେ ରବିଙ୍କ ସ୍ତ୍ରୀ ନରି ଫତେଗଡ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ପ୍ରସନ୍ନକୁ ଗିରଫ କରି ଜେଲ୍ ପଠାଇଥିଲା । ନାବାଳିକାକୁ ନୟାଗଡ ସହରରେ ଥିବା ତପସ୍ୟା ନାମକ ଏକ ସୁଧାର ଗୃହରେ ରଖାଯାଇଥିଲା । ତବେ ନାବାଳିକା ଜଣକ ୭ ତାରିଖରୁ ସେଠାରୁ କେଉଆଡେ ନିଖୋଜ ହୋଇଯାଇଛି । ଏ ସମ୍ପର୍କରେ ଜାଣିବା ପରେ ନାବାଳିକାର ଘରଲୋକ ଝିଅକୁ ଖୋଜିବା ପାଇଁ ଜିରାବାଡି ଯାଇଥିଲେ ହଲେ ପ୍ରସନ୍ନଙ୍କ ପରିବାର ଲୋକ ସେମାନଙ୍କୁ ମାରଧର କରିବାରୁ ସେମାନେ ପେରିଆସି ନୟାଗଡ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ହଲେ ପୋଲିସ ଏପର୍ଯ୍ୟନ୍ତ ଝିଅକୁ ଖୋଜି ବାହାର କରିବାରେ ସଫଳ ହୋଇନାହିଁ । କେହି ତାଙ୍କ ଗୁହାରୀ ଶୁଣୁନଥିବା ରବି ଏବଂ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ତାଙ୍କ ଝିଅକୁତୁରନ୍ତ ଖୋଜି ବାହାର କରିବାକୁ ପରିବାର ଲୋକ ଦାବି କରିଛନ୍ତି । ସେପଟେ ସୁଧାର ଗୃହର ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଜିଲ୍ଲା ଶିଶୁ ସୂରକ୍ଷା ଅଧିକାରୀ ସ୍ବୀକାର କରିଛନ୍ତି । ତବେ ନିଖୋଜ ସମ୍ପର୍କରେ ଉଭୟ ସୁଧାର ଗୃହ ଏବଂ ଚାଇଲ୍ଡଲାଇନ୍ ତରଫରୁ ଶିଶୁ କିଶୋର ନ୍ୟାୟ ନିୟମ ଅନୂଯାୟୀ ଥାନାରେ ଏତଲା ଦିଆଯାଇଥିବା ସେ କହିଛନ୍ତି । ପୋଲିସ ତାର କାର୍ଯ୍ୟ କରୁଛି ଏବଂ ଅତିଶିଘ୍ର ସମସ୍ତଙ୍କ ସହଯୋଗରେ ନାବାଳିକାକୁ ଉଦ୍ଧାର କରାଯିବ ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.