ସାଲେପୁର୧୮/୧୨: ନିଖୋଜ ନାବାଳିକାର ପତ୍ତା ମିଳୁନି। ଝିଅକୁ କେହି ଅପହରଣ କରି ନେଇଥିବା ସନ୍ଦେହରେ ପରିବାର ଲୋକ ଥାନାରେ କଲେ ଅଭିଯୋଗ। କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସୂଚନାଥାଉକି ଗତ ନଭେମ୍ବର ମାସ ୨୦ ତାରିଖରେ ସାଲେପୁର ଅଂଚଳର ସୁଦର୍ଶନ ସାହୁଙ୍କ ୧୭ ବର୍ଷୀୟ ଝିଅ ହଠାତ୍ କୁଆଡେ ନିଖୋଜ ହୋଇଯାଇଥିଲା।
ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଝିଅର ସନ୍ଧାନ ନ ମିଳିବାରୁ ପରିବାର ଲୋକ ସାଲେପୁର ଥାନାର ଲିଖିତ ଅଭିଯୋଗ କରିଛନ୍ତି। ବାପ-ମା ଝିଅର ନିଖୋଜ ହେବାପରେ ଦୁଃଖରେ ଭାଙ୍ଗି ପଡିଛନ୍ତି। ପାଖାପାଖି ୧ ମାସ ହୋଇଯିବ ଝିଅ ନିଖୋଜ ହେଲାଣି। କିଏ କଳେ ଝିଅକୁ ମରି ଦେଇଥିବ, ଏହି ସନ୍ଦେହରେ ବାପ-ମା ୨ ଜଣ ଚିନ୍ତରେ ପଡିଛନ୍ତି। କାହା ଚାପରେ ପୋଲିସ ଚୁପଚାପ ହୋଇ ବସିଛି, ଏ ନେଇ ଝିଅର ବାପ-ମା ପୋଲିସର କାଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।