ନାବାଳିକା ନିଖୋଜକୁ ବିତିଲାଣି ମାସେ, ହେଲେ ପୋଲିସ୍‌ ହାତ ଖାଲି, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ପରିବାର

Published By : Prameya-News7 Bureau | October 21, 2021 IST


ଖୋର୍ଦ୍ଧା, ୨୧/୧୦: ବୋଲଗଡ ଥାନା ଅଞ୍ଚଳରେ ଜଣେ ନାବାଳିକା ନିଖୋଜ ହେବାର ମାସେ ବିତିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ବୋଲଗଡ ପୋଲିସ କୌଣସି ସନ୍ଧାନ ପାଇପାରୁନି। ବୁଧବାର ପୀଡିତାଙ୍କ ପରିବାର ଲୋକେ ଖୋର୍ଦ୍ଧା ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗତ ସେପ୍ଟେମ୍ବର ମାସ ୨୨ ତାରିଖରେ ନାବାଳିକା ଟ୍ୟୁସନ ଯାଇ ଫେରିନଥିଲେ। ବିଳମ୍ବତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଏନେଇ ବୋଲଗଡ ଥାନାରେ ଅଭିଯୋଗ କରିଥିଲେ। ତେବେ ଆଜି ଏସ୍ପିଙ୍କ ପ୍ରତିଶୃତି ପରେ ପିଡିତାଙ୍କ ପରିବାରବର୍ଗ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.