ରାଉରକେଲା ଏସଓଏସ ଭିଲେଜରୁ ନାବାଳିକା ନିଖୋଜ : ଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡିତାଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନ ପଛରେ ଭୟଙ୍କର ଷଡଯନ୍ତ୍ର ସନ୍ଦେହ

Published By : Prameya-News7 Bureau | October 24, 2020 IST

ରାଉରକେଲା ୨୪।୧୦: ନାବାଳିକା ନିଖୋଜ । ବୀରମିତ୍ରପୁରର ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ ଖବରକୁ ନେଇ ଚର୍ଚ୍ଚିତ ସଂପୃକ୍ତ ନାବାଳିକାଙ୍କର ପତ୍ତା ମିଳୁନି । ସେ ରାଉରକେଲା ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏସଓଏସ ଭିଲେଜରୁ ନିଖୋଜ ହୋଇଯାଇଛନ୍ତି । ଏ ନେଇ ଛେଣ୍ଡ ଥାନାରେ ମାମଲା ରୁଜୁ ହୋଇଛି । ତେବେ ସୁରକ୍ଷାରେ ଥିବା ଜଣେ ନାବାଳିକା କିପରି ଏସଓଏସ ଭିଲେଜରୁ ନିଖୋଜ ହୋଇଗଲେ ତାହା ଆଲୋଡନ ସୃଷ୍ଟି କରିଛି । ଏହା ପଛରେ କିଛି ସୁଚିନ୍ତିତ ଷଡଯନ୍ତ୍ରର ସନ୍ଦେହ ନେଇ ମଧ୍ୟ ଚର୍ଚ୍ଚା । ତେବେ ପୋଲିସ ତଦନ୍ତ ଜାରି ଥିବା ବେଳେ ରିପୋର୍ଟ ଲେଖା ହେବା ସୁଦ୍ଧା ନାବାଳିକାଙ୍କର ଖୋଜଖବର ମିଳିନଥିବା ବେଳେ ଏ ନେଇ ମଧ୍ୟ ଏସଓଏସ ଭିଲେଜ କର୍ତ୍ତୃପକ୍ଷଙ୍କଠାରୁ କିଛି ଠୋସ୍ ସୂଚନା ମିଳୁନଥିବା ଜଣାଯାଇଛି ।

{"id":350109,"sizeSlug":"large"}

ସୂଚନାଯୋଗ୍ୟ ଯେ, ନାବାଳିକା ଦୁଷ୍କର୍ମ ଘଟଣାରେ ବୀରମିତ୍ରପୁର ଥାନା ତତ୍କାଳୀନ ଆଇଆଇସି ଆନନ୍ଦ ମାଝୀଙ୍କ ନାମ ଆସିଥିଲା । ଥାନାର ଉପର ମହଲାରେ ସଂପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ବୀରମିତ୍ରପୁର ଡାକ୍ତରଖାନାର ଡାକ୍ତର ଦେବାଶିଷ ବୋଷ ସଂପୃକ୍ତ ନାବାଳିକାଙ୍କର ବେଆଇନ ଭାବେ ଗର୍ଭପାତ କରାଇଥିଲେ ।

{"id":350120,"sizeSlug":"large"}

ଏହି ମାମଲାର ବୀରମିତ୍ରପୁର ଥାନାର ତତ୍କାଳୀନ ଆଇଆଇସି ଆନନ୍ଦ ମାଝୀ ଚାକିରୀରୁ ବହିଷ୍କୃତ ହୋଇ ଗିରଫ ହୋଇଥିଲେ । ବହିଷ୍କୃତ ଆଇଆଇସି, ଡାକ୍ତର ସହ ବୀରମିତ୍ରପୁର ଥାନାର ହୋମଗାର୍ଡ ଗୁରୁଚରଣ ଏବେ ସୁନ୍ଦରଗଡ ଜେଲ୍‌ରେ ଅଛନ୍ତି । ଡାକ୍ତରଙ୍କ ପାରୋଲରେ ଆସିଥିଲେ । ପାରୋଲ ସରିବା ପରେ ସେ ଜେଲ ଫେରିଯାଇଛନ୍ତି ।

{"id":350110,"sizeSlug":"large"}

ଏହି ଘଟଣା ପରେ ସଂପୃକ୍ତ ନାବାଳିକାଙ୍କୁ ରାଉରକେଲାର ଏସଓଏସ ଭିଲେଜରେ ରଖାଯାଇଥିଲା । ଏବେ   ନାବାଳିକା ନିଖୋଜ ପରେ ପୋଲିସ ତନାଘନା ଆରମ୍ଭ କରିଛି । ପୀଡିତା ନାବାଳିକାଙ୍କ ଉତ୍ତମ ଭାବିଷ୍ୟତ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏସଓଏସ ଭିଲେଜରେ ତାଙ୍କୁ ଅନ୍ତେବାସୀ ଭାବେ ପ୍ରଶାସନର ନିଷ୍ପତ୍ତି ପରେ ରଖାଯାଇଥିଲା । ତେବେ କଡା ସୁରକ୍ଷା ବ୍ୟବସ୍ଥା ଥାଉ ଥାଉ କିପରି ଭାବରେ ନାବାଳିକା ନିଖୋଜ ହେଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ନାବାଳିକା ଜଣଙ୍କ ନିଖୋଜ ହୋଇଯାଇଛନ୍ତି କି ତାଙ୍କୁ କେହି ଜାଣିଶୁଣି ନିଖୋଜ କରାଇଛି ତାର ଶୀଘ୍ର ତଦନ୍ତ ଆବଶ୍ୟକ ହୋଇପଡିଛି । ଅନ୍ୟପଟେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏସଓଏସ ଭିଲେଜର କର୍ମଚାରୀମାନେ ମଧ୍ୟ ଘଟଣା ସଂପର୍କରେ ମୁହଁ ଖୋଲୁନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.