Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

୩ ମାସ ହେଲା ନାବାଳିକା ଝିଅର ମିଳୁନି ପତ୍ତା : ପରିବାରଲୋକଙ୍କ ପାଖକୁ ଆସୁଛି ଅଶ୍ଳୀଳ ଭିଡିଓ-ମେସେଜ୍, ତଥାପି ଚୁପ୍ ବସିଛି ପୋଲିସ

27/09/2021 at 3:08 PM

ଉଦଳା ୨୭।୯: ପ୍ରଥମେ ନାବାଳିକାଙ୍କୁ ଅପହରଣ ଓ ପରେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳରେ ।  

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ପୁରଡିହି ଗ୍ରାମର ଜଣେ ନାବାଳିକା ନିଖୋଜ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହାର କିଛି ଦିନ ପରେ ନାବାଳିକାଙ୍କ ପରିବାର ଲୋକ ଏବଂ ସଂପର୍କୀୟଙ୍କ ମୋବାଇଲକୁ ନାବାଳିକାଙ୍କ କିଛି ଅଶ୍ଳୀଳ ଭିଡିଓ ଆସିଥିଲା ।  ଯାହାକି ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।  ଆଜିକୁ ୩ ମାସ ପୂର୍ବରୁ ଥାନାରେ ଝିଅ ନିଖୋଜ ଥିବା ଅଭିଯୋଗ ପରେ ଭାଇରାଲ୍ ହୋଇଥିବା ଅଶ୍ଳୀଳ ଭିଡିଓରେ ନାବାଳିକାଙ୍କ ସହିତ ପୁରଡିହି ଗ୍ରାମର ଜଣେ ଯୁବକ ରହିଥିବା ଦେଖାଯାଇଛି । ତେବେ ଏହି ଭାଇରାଲ୍ ଭିଡିଓ ଏବଂ ଝିଅ ନିଖୋଜ ହେବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ସୁଦ୍ଧା ଏବେ ସୁଦ୍ଧା ପୋଲିସ କାହାକୁ ଗିରଫ କରିପାରିନାହିଁ ।

ତେବେ ଭାଇରାଲ୍ ଭିଡିଓରେ ଥିବା ଯୁବକ ଜଣକୁ ପୋଲିସ ଖୋଜି ପାରିନଥିବା ବେଳେ ଏହାକୁ ନେଇ ଏସପିଙ୍କ ଦ୍ବାରସ୍ଥ ହୋଇଛି ନାବାଳିକାଙ୍କ ପରିବାର । କେବଳ ଭିଡିଓ ଭାଇରାଲ୍ କରିବା ନୁହେଁ ନାବାଳିକାଙ୍କ ପରିବାର ଲୋକଙ୍କୁ ଭିଡିଓ ପଠାଇବା ସହିତ ଯୁବକ ଜଣକ ଆହୁରି ଅନେକ କିଛି କରିବାର ଧମକ ଦେଇଛି । ପୋଲିସ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି । 

   Related Posts