ନାବାଳିକା ନିଖୋଜ ଘଟଣା : ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ

Published By : Prameya-News7 Bureau | October 21, 2021 IST

ଖୋର୍ଦ୍ଧା ୨୧।୧୦: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଞ୍ଚଳରେ ଜଣେ ନାବାଳିକା ନିଖୋଜ ହେବାର ମାସେ ବିତିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ବୋଲଗଡ ପୋଲିସ କୌଣସି ସନ୍ଧାନ ପାଇପାରୁନି। ବୁଧବାର ପୀଡିତାଙ୍କ ପରିବାର ଲୋକେ ଖୋର୍ଦ୍ଧା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗତ ସେପ୍ଟେମ୍ବର ମାସ ୨୨ ତାରିଖରେ ନାବାଳିକା ଟ୍ୟୁସନ ଯାଇ ଫେରିନଥିଲେ । ବିଳମ୍ବତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଏନେଇ ବୋଲଗଡ ଥାନାରେ ଅଭିଯୋଗ କରିଥିଲେ । ତେବେ ଏସପିଙ୍କ ପ୍ରତିଶ୍ରୁତି ପରେ ପୀଡିତାଙ୍କ ପରିବାରବର୍ଗ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.