ନାବାଳିକାଙ୍କ ନିଖୋଜକୁ ବିତିଲାଣି ୫ ଦିନ, ମିଳୁନି ଖୋଜଖବର : ପୋଲିସ ନିକଟକୁ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାରଲୋକ
12/01/2021 at 4:39 PM

ଭଦ୍ରକ ୧୨।୧: ରାତି ଅଧରୁ କୁଆଡେ ନିଖୋଜ ହୋଇଗଲେ ନାବାଳିକା । ବହୁ ଖୋଜାଖୋଜି ପରେ ନପାଇବାରୁ ପରିବାର ଲୋକେ ଥାନାରେ ଏତଲା ଦେଲେ । କିନ୍ତୁ ନିଖୋଜକୁ ୫ ଦିନ ବିତିଲାଣି ହେଲେ ନାବାଳିକାଙ୍କର କିଛି ଖୋଜ ଖବର ନାହିଁ । ପୋଲିସ ନିକଟକୁ ଦୌଡି ଦୌଡି ନୈୟାନ୍ତ ହେଲେଣି ପରିବାର ଲୋକେ । ଭଦ୍ରକ ଜିଲ୍ଲା ଆଗରପଡା ଥାନା ରାଉତରାପୁର ଗାଁରୁ ଏଭଳି ଅଭିଯୋଗ ଆସିଛି ।

ସୂଚନାଯୋଗ୍ୟ ଯେ, ଗାଁର ନାରାୟଣ ବେଜଙ୍କ ନାବାଳିକା ଝିଅ ୩୧ ଡିସେମ୍ବର ମଧ୍ୟ ରାତିରୁ ନିଖୋଜ ଅଛନ୍ତି । ପରିବାର ଲୋକଙ୍କ କହିବା କଥା ଯେ ଝିଅର ମୋବାଇଲ ନଥିଲା କିମ୍ବା କେବେ ଝିଅ ଗାଁ ବାହାରକୁ ମଧ୍ୟ ଯାଏଁ ନାହିଁ । ତେବେ ଝିଅ ରାତିରେ ଶୋଇଥିବା ବେଳେ ସକାଳୁ ଝିଅକୁ ଘରେ ପାଇନଥିଲେ । ପରେ ଗାଁ ଓ ବନ୍ଧୁ ବାନ୍ଧବଙ୍କ ଘରେ ଖୋଜିବା ପରେ ମଧ୍ୟ କୌଣସି ଖୋଜ ଖବର ପାଇନଥିଲେ ।

ଏ ନେଇ ଆଗରପଡା ଥାନାରେ ଲିଖିତ ଏତଲା ଦେଇଥିଲେ ମଧ୍ୟ ଘଟଣାକୁ ୫ ଦିନରୁ ଅଧିକ ଦିନ ବିତିଲାଣି । କିନ୍ତୁ ଝିଅର ଖୋଜ ଖବର ମିଳିନି । ଘର ଲୋକେ କୌଣସି ଲୋକକୁ ମଧ୍ୟ ସନ୍ଦେହ କରିପାରୁନାହାନ୍ତି । ତେବେ ଥାନାରେ ଘରର ମୋବାଇଲକୁ ଆସିଥିବା ଅଜଣା ୩ ଗୋଟି ମୋବାଇଲ ନମ୍ବର ମଧ୍ୟ ପୋଲିସକୁ ଦେଇଛନ୍ତି । ଏବେ ଭୟରେ ଅଛନ୍ତି ପରିବାର ଲୋକେ । ପୋଲିସ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି ପ୍ରକାର ସନ୍ଧାନ ପୋଲିସ ପାଉନଥିବା କହିଛନ୍ତି । ତେବେ ଘଟଣା ନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।