ଘରେ ଏକୁଟିଆ ଥିବା ନାବାଳିକା ଦୁଷ୍କର୍ମ କଲା ଯୁବକ, ବିବାହ କରିବାକୁ ପଂଚାୟତ ନେଇଥିବା ନିଷ୍ପତ୍ତିକୁ ମାନିଲାନି ଯୁବକ
27/01/2019 at 6:30 PM

ଲୁଧିଆନା ୨୭/୧ – ଘରେ ଏକୁଟିଆ ଥିବା ନାବାଳିକାକୁ ଦୁଷ୍କର୍ମ କଲା ଯୁବକ । ଏହି ଅଭିଯୋଗ ପରିବାର ଲୋକ ପଂଚାୟତରେ ଜଣାଇବା ପରେ ପଂଚାୟତର ନିଷ୍ପତ୍ତିକୁ ମାନିଲାନି ଯୁବକ । ପୀଡ଼ିତାଙ୍କ ପରିବାର ଲୋକ ଯୁବକଙ୍କ ବିରୋଧରେ ଥାନାରେ ଆଣିଲେ ଦୁଷ୍କର୍ମ ଅଭିଯୋଗ ।
ଲୁଧିଆନାର ଏକ ଅଂଚଳରେ ଘଟିଛି ଏହି ଅଭାବନୀ୍ୟ ଘଟଣା । ହରଗୋବିନ୍ଦ ନଗର ଅଂଚଳର ଜୋବେର ଖାନ ନାମକ ଜଣେ ଯୁବକ ନାବାଳିକା ଏକା ଥିବା ସମୟରେ କରିଛି ଏହି ଦୁଷ୍କର୍ମ । ଏହି ଘଟଣାରେ ନାବାଳିକା ପରିବାର ତରଫରୁ ପଂଚାୟତ ପାଖରେ ଫେରାଦ ହୋଇଥିଲେ । ଅଭିଯୁକ୍ତ ଜୋବେର ଖାନ ନାବାଳିକାଙ୍କୁ ବିବାହ କରିବାକୁ ପଂଚାୟତ ନିଷ୍ପତ୍ତି ନେଇଥିଲା ।
କିନ୍ତୁ କିଛିଦିନ ପରେ ଅଭିଯୁକ୍ତ ନାବାଳିକାଙ୍କୁ ବିବାହ କରିବାକୁ ମନା କରିଦେଇଥିଲା । ନାବାଳିକାଙ୍କ ପରିବାର ଲୋକ ଏହି ଘଟଣାରେ ଥାନଧିକାରୀଙ୍କୁ ଜଣାଇଥିଲେ ।
ଥାନାଧିକାରୀ ଯୁବକଙ୍କ ନାଁରେ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରିଛି ।