Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

ନାବାଳିକାଙ୍କୁ ମେଳାଦେଖିବାକୁ ଡ଼ାକିନେଇ ସାଙ୍ଗ ସହ ମିଶି କଲା ଦୁଷ୍କର୍ମ, ଥାନାରେ ଅଭିଯୋଗ ଆଣିଲେ ନାବାଳିକାଙ୍କ ମାଆ

22/01/2019 at 7:43 PM

ଗୋଓ୍ଵାଲିୟର ୧୨/୧-ମେଳା ଦେଖାଇବାକୁ ଡ଼ାକିନେଇ ନାବାଳିକୁ ସାଙ୍ଗ ସହ ମିଶି କଲେ ଦୁଷ୍କର୍ମ । ଏହିଭଳି ଅଭାବନୀୟ ଘଟଣା ଘଟିଛି ଗୋଓ୍ଵାଲିୟରରେ ।

ଜଣେ ନାବାଳିକାକୁ ଯାତ୍ରା ଦେଖିବାକୁ ଡ଼ାକିନେଲେ ଯୁବକ । ରାତିରେ ଘରକୁ ନ ଫେରି ସାଙ୍ଗ ଘରେ ରହିବାର ବାହାନା କରି କଲେ ଦୁଷ୍କର୍ମ । ଏହିଭଳି ଘଟଣାରେ ରତନ ସୁଜି ନାମରେ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କର ବନ୍ଧୁ ଶିବମକୁ ମଧ୍ୟ ପୋଲିସ ଗିରଫ କରିଛି ।

ସୋମବାର ଦିନ ମେଳା ଦେଖିବାକୁ ଜଣେ ପଡ଼ୋଶୀ ଯୁବକ ନାବାଳିଙ୍କୁ ଫୁସୁଲେଇ ଡ଼ାକି ନେଇଥିଲା । ସେମାନେ ରାତିରେ ଫେରିଆସିବା କଥା ମଧ୍ୟ  ପୀଡ଼ିତାଙ୍କ ମାଆକୁ ଯୁବକ କହିଥିଲା । କିନ୍ତୁ ରାତିରେ ମେଳାଦେଖି ଫେରି ନ ଥିଲେ ଯୁବକ । ସେ ନାବାଳିକାଙ୍କୁ ଗୋଟିଏ ନିଛାଟିଆ ଜାଗାକୁ ନେଯାଇଥିଲେ । ବାଟରେ ରତନର ସାଙ୍ଗ ଶିବମ୍ ଦେଖାହୋଇଥିଲା । ରତନ ଓ ଶିବମ ମିଶି ନାବାଳିଙ୍କୁ ଦୁଷ୍କର୍ମ କରିଥିବା କଥା ଥାନାରେ ପୀଡ଼ିତାଙ୍କ ମାଆ ଅଭିଯୋଗ ଆଣିଛନ୍ତି ।

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରତନ ସୁଜିକୁ ପୋଲିସ ଗିରଫ କରିଛି । ଏହି ଗଣଦୁଷ୍କର୍ମରେ ସାମିଲଥିବା ଆଉ ଦୁଇଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।

   Related Posts