Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଶ୍ରୀମନ୍ଦିରରେ ନାବାଳିକାଙ୍କ ସହ ଅସଦାଚାରଣ ଅଭିଯୋଗ, ଏତଲା ପରେ ପୂଜକ ଅଟକ

9/10/2021 at 1:37 PM

ପୁରୀ ୯।୧୦: ଶ୍ରୀମନ୍ଦିରରେ ନାବାଳିକାକୁ ଅସଦାଚରଣ ଅଭିଯୋଗ । ଶ୍ରୀମନ୍ଦିର ସ୍ଥିତ ବାମନ ମନ୍ଦିର ପରିସରରେ ଏଭଳି ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି । ସିଂହଦ୍ବାର ଥାନାରେ ଏନେଇ ଏତଲା ହୋଇଛି । ପୋଲିସ ପୋକ୍ସୋ ଆକ୍ଟ ବଳରେ ମାମଲା ରୁଜୁ କରିଛି । ମାମଲାରେ ଜଣେ ପୂଜକଙ୍କୁ ଅଟକ ରଖି ପୋଲିସ ଜେରା କରୁଛି । ଏହି ଘଟଣା ପରେ ଶ୍ରୀମନ୍ଦିର ପରିସରରେ ଶିଶୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଏଭଳି ଘଟିଛି । ପୁରୀ ବାହାରର ଜଣେ ଶ୍ରଦ୍ଧାଳୁଙ୍କ ସହ ନାବାଳିକାଟି ଶ୍ରୀମନ୍ଦିର ଆସିଥିଲା । ବାମନ ମନ୍ଦିରରେ ପୂଜକ ଜଣଙ୍କ ଶିଶୁକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଶିଶୁଟି ଯାହା ସହ ଆସିଥିଲେ ସେ ଏନେଇ ସିଂହଦ୍ବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପୂଜକକୁ ଅଟକ ରଖିଛି । ଘଟଣା ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts