ପୁରୀ ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଆଇଆରବି ଯବାନ ନିଲମ୍ବିତ

Published By : Prameya-News7 Bureau | December 29, 2018 IST

ପୁରୀ ୨୯/୧୨ : ପୁରୀ ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ସୁରକ୍ଷାକର୍ମୀ ନିଲମ୍ବିତ ହୋଇଛନ୍ତି | ନିଲମ୍ବିତ ଆଇଆରବି କନେଷ୍ଟବଳ ହେଲେ ଛୁକେଶ ମେହେର | କନେଷ୍ଟବଳ ନାବଳିକାଙ୍କୁ ଅସଦାଚରଣ କରିଥିବା ନେଇ ପୁରୀ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ | ମାମଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ତଦନ୍ତ ବେଳେ କନେଷ୍ଟବଳଙ୍କୁ ଚିହ୍ନିବା ପାଇଁ ପୋଲିସ ନାବାଳିକାଙ୍କୁ କହିଥିଲା | ଭିଡ ଭିତରେ ନାବାଳିକା କନେଷ୍ଟବଳଙ୍କୁ ଚିହ୍ନିବାରେ ସକ୍ଷମ ହୋଇଥିଲେ | ଏହାପରେ କନେଷ୍ଟବଳ ଛୁକେଶ ମେହେରକୁ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ନିଲମ୍ବିତ କରିଛନ୍ତି |

{"id":68482}

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ବାହାର କାଠ ନିକଟରେ ଡ଼୍ୟୁଟି କରୁଥିବା ଆଇଆରବି ଜବାନ ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହେବା ସହ ସିସିଟିଭି ଫୁଟେଜ ଅନୁଧ୍ୟାନ କରାଯାଇଥିଲା।

{"id":68480}

ଯାଜପୁର ରୋଡ଼୍ ଦଣ୍ତିକରି ଗାଁର ଏକ ପରିବାର ପୁରୀ ବୁଲିବାକୁ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ବାହାର କାଠ ନିକଟରେ ଆଇଆରବି ଯବାନ ନାବାଳିକାଙ୍କୁ ଅସଦାଚରଣ କରିବା ସହ ଦୁର୍ବ୍ୟବହାର କରିଥିବା ତାଙ୍କ ବାପା ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବରପାଇ ଏସପି ସାର୍ଥକ ଷଡ଼ଙ୍ଗୀ ଥାନାରେ ପହଞ୍ଚିଥିଲେ। ଅତରିକ୍ତ ଏସପି ନାବଳିକା ଓ ତାଙ୍କ ପରିବାରକୁ ଧରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଦୋଷୀ ସାବ୍ୟସ୍ତ ସଂପୃକ୍ତ ଆଇଆରବି ଯବାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଥିଲେ। ଗୁରୁବାର ଦିନ ଅନୁରୂପ ଭାବରେ ଆଇଆରବି ଯବାନ ଶ୍ରୀମନ୍ଦିରର ପ୍ରମୁଖ ସେବକ ଭିତରଛୁ ଭବାନୀ ଶଙ୍କର ମହାପାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.