Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଜବରଦସ୍ତ ବିବାହ କରାଇ ଦେଇଥିଲେ ବାପା-ମାଆ, ଶାଶୁଘରୁ ଆସି ଶିଶୁ ବିକାଶ ଅଧିକାରୀଙ୍କୁ ଅଭିଯୋଗ କଲା ନାବାଳିକା

31/05/2021 at 9:10 PM

ସାନଖେମୁଣ୍ଡି, ୩୧/୫: ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ପୂରିଆ ସାହି ଗ୍ରାମର ଜଣେ ଆଦିବାସୀ  ନାବାଳିକା ବିବାହର ଚାରି ଦିନ ପରେ ଖସିଆସି ଉଦ୍ଧାର କରିବା ପାଇଁ ପ୍ରଶାସନକୁ ଗୁହାରୀ କରିଥିବା ଜଣାପଡ଼ିଛି । ପୂରିଆ ସାହି ଗ୍ରାମର ୧୫ ବର୍ଷୀୟ ଚନ୍ଦ୍ରିକା (ଛଦ୍ମ ନାମ)କୁ ତାଙ୍କ ପିତାମାତା ନିକଟ କମଳା ସାହିର ଗ୍ରାମର ଜଣେ ୧୯ବର୍ଷୀୟ ଯୁବକଙ୍କ ସହିତ ଗତ ୨୭ତାରିଖରେ ବିବାହ କରାଇ ଦେଇଥିଲେ ।

ତେବେ ଯୁବତୀ ଜଣଙ୍କ ବିବାହରେ ରାଜି ନଥିବା ବେଳେ ଆଜି କିଛି ସମ୍ପର୍କୀୟଙ୍କ ସହିତ ପାତ୍ରପୁର ଶିଶୁବିକାଶ କାର୍ଯ୍ୟାଳୟଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ। ଚନ୍ଦ୍ରିକା ଶିଶୁ ବିକାଶ ଅଧିକାରୀଙ୍କୁ ଭେଟି ତାଙ୍କ ବାପ-ମାଆ ଜୋର ଜବରଦସ୍ତ ତାଙ୍କୁ ଵିବାହ କରାଇ ଥିବା କହିବା ସହ ଏକ ଅଭିଯୋଗ ପ୍ରଦାନ କରି ତୁରନ୍ତ ତାଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ ।

ଏହି ଘଟଣା ପରେ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ଜରଡ ପୋଲିସ ଏବଂ ଚାଇଲ୍ଡ ହେଲ୍ପ ଲାଇନକୁ ଜଣାଇବା ସହ ଯୁବତୀଙ୍କୁ ଚାଇଲ୍ଡ ହେଲ୍ପ ଲାଇନ ପାଖରେ ଜିମା ଦେଇ ଥିବା ସମନ୍ୱିତ ଶିଶୁ ବିକାଶ ଅଧିକାରୀ ପଦ୍ମିନୀ ସାହୁ ପ୍ରକାଶ କରିଛନ୍ତି ।

   Related Posts