ଝିଅ ୧୬କୁ ପୁଅ ୧୮: ଅଧାରେ ରହିଲା ବାହାଘର

Published By : Prameya-News7 Bureau | June 08, 2020 IST

ସୁନ୍ଦରଗଡ଼୮/୬: ଡିଜିଟାଲ ଯୁଗର ତାଳେ ତାଳେ ମଣିଷ ଚାଲିବା ଆରମ୍ଭ କରିଛି। କିନ୍ତୁ କିଛି ଲୋକ ପୁରୁଣା ପରମ୍ପରାକୁ ଆଦରି ନେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ନୂଆ ଗାଁ ବ୍ଲକ ପାତ୍ରପଲ୍ଲୀରେ ଏଭଳି ଏକ ଘଟଣା ଘଟିଛି। ଲକ୍‌ଡାଉନ୍‌ ସମୟରେ ୧୬ ବର୍ଷର ନାବାଳିକା ଝିଅର ବାହାଘର କରିବା ବେଳେ ବିଶ୍ରା ପୋଲିସ୍‌ ଘଟଣାସ୍ଥଳରେ ପହଁଞ୍ଚିଥିଲା। ବିଶ୍ରା ପୋଲିସ୍ ଏବଂ ଚାଇଲ୍ଡ ଲାଇନ୍‌ ଘଟଣାସ୍ଥଳରେ ପହଁଞ୍ଚି ବାହାଘର ବନ୍ଦ କରିଥିଲେ। ଏହି ଘଟଣାରେ ପୁଅ ଏବଂ ଝିଅର ବାପାଙ୍କୁ ପୋଲିସ୍ ଅଟକ ରଖିଛି। ପୁଣି ମଣିଷ ସମାଜ ବାଲ୍ୟ ବିବାହ ପ୍ରଚଳନକୁ ଆପଣାଇବାର ଲାଗିଛି। ସରକାରଙ୍କ ନିୟମ ଅନୁସା​‌ରେ ଝିଅ ସାବାଳିକା ନ ହେବା ପର୍ଯ୍ୟନ୍ତ ତାଙ୍କୁ କୌଣସି ସ୍ଥାନରେ ବାହା ଦେଇ ପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.