ସ୍କୁଲକୁ ଯାଉଥିବାବେଳେ ରାସ୍ତାରୁ ଉଠାଇନେଇ ନାବାଳିକାକୁ ଦୁଷ୍କର୍ମ

Published By : Prameya-News7 Bureau | February 20, 2019 IST

ମୋହନ ୨୦/୨ : ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ପିଡ଼ିତର ଦାଦା (କାକା) ରାମାଗିରି ଥାନାରେ ଅଭିଯୋଗ କରିଛି । ନାବାଳିକା ଜଣକ ତବାରସିଂ ସରକାରୀ ଉଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ । ଗତକାଲି ସକାଳେ ଗାଁରୁ ସେ ସ୍କୁଲକୁ ଯାଉଥିବା ସମୟରେ ସେହି ଗାଁର ନନ୍ଦୁ ରଇତ ନାମକ ଯୁବକ ନାବାଳିକାକୁ ରାସ୍ତା ଉଠାଇ ନେଇ ଦୁଷ୍କର୍ମ କରିଥିଲା । ପିଡ଼ିତା ଚିତ୍କାର କରିବାରୁ ତାଙ୍କର ଜଣେ ସମ୍ପର୍କୀୟ ଭାଇ ପିଡିତା ପିଡିତାର ଦାଦା ଏ ସମ୍ପର୍କରେ ରମାଗିରି ଥାନା ରେ ଅଭିଯୋଗ କରିଛି । ପୋଲିସ ନାବାଳକ ଅଭିଯୁକ୍ତ ନନ୍ଦୁ ରଇତକୁ ଥାନାରେ ଅଟକ ରଖି ପୀଡ଼ିତା କୁ ଡାକ୍ତରି ମଇନା ପାଇଁ ପାରଲାଖେମୁଣ୍ଡି ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.