ଜଘନ୍ୟ କାଣ୍ଡ : ନାବାଳିକାଙ୍କୁ ଅପହରଣ କରିନେଇ ୪ ଦିନ ଧରି ଦୁଷ୍କର୍ମ କଲେ ୧୭ ନର ପିଶାଚ, ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୦୬/୧୧ : ମଣିଷ ଏଭଳି ତଳ ସ୍ତରକୁ ଖସିପାରନ୍ତି ଯାହାର ଉଦାହରଣ ଦେଖିବାକୁ ମିଳିଛି କାଜାକିସ୍ତାନରେ । ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରିନେଇ ଏକ ପରିତ୍ତ୍ୟକ୍ତ ସ୍ଥାନରେ ଗଣ ଦୁଷ୍କର୍ମ କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ୧୭ ଜଣ ନର ପିଶାଚ ୪ ଦିନ ଧରି ନାବାଳିକାଙ୍କୁ ଅଲଗା ଅଲଗା ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଖୁଲାସା ହୋଇଛି । ଜଣେ କ୍ୟାବ୍‌ ଡ୍ରାଇଭର ପ୍ରଥମେ ପୀଡିତାଙ୍କୁ କାରରେ ବସାଇ ଅପହରଣ କରିନେଇଥିଲା । ପରେ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କରିଥିଲା ।

ସୂଚନା ମୁତାବକ, ନାବାଳିକ ଜଣକ ଜଣେ ସ୍କୁଲ ଛାତ୍ରୀ । ଘଟଣା ଦିନ ସେ ବଜାରକୁ ଯାଇ କିଛି କିଣାକିଣି କରି ଫେରୁଥିବା ବେଳେ ତାଙ୍କୁ କିଛି ଯୁବକ ନିଶା ଦେଇ କାରରେ ଅପହରଣ କରିନେଇଥି​ଲେ । ହୋସ୍‌ ଆସିବା ବେଳକୁ ସେ ଏକ ନିଛାଟିଆ ନଦୀ କୂଳରେ ଥିଲେ । ବିରୋଧ କରିବାକୁ ନଦୀ​‌ରେ ବୁଡାଇ ମାରିଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ଚୁପ ରହିବାକୁ ବାଧ୍ୟ ହୋଇଥିଲେ ପୀଡିତା । ସେଠାରେ ତାଙ୍କୁ ଅଭିଯୁକ୍ତମାନେ ଗଣ ଦୁଷ୍କର୍ମ କରିବା ପରେ ଏକ ପରିତ୍ତ୍ୟକ୍ତ କୋଠରୀକୁ ନେଇଯାଇଥିଲେ । ସେଠାରେ ମଧ୍ୟ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ପରେ ତାଙ୍କର ସାଙ୍ଗମାନଙ୍କୁ ​‌ସେଠାକୁ ଡାକିଥିଳେ । ସେମାନେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଉକ୍ତ ଘରେ ତାଙ୍କୁ ମାଡ ମଧ୍ୟ ମରାଯାଇଥିବା ପୋଲିସକୁ କହିଛନ୍ତି ପୀଡିତା ।

ପୀଡିତା ନାବାଳିକା ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି, ୪ ଦିନ ଧରି ସେହି ଘରେ ରଖି ଦୁଷ୍କର୍ମ କରିଥିଲେ । କୌଶଳ କ୍ରମେ ସେଠାରୁ ଖସିଆସି ପରିବାର ଲୋକଙ୍କୁ ଘଟଣା ବାବଦରେ କହିଥିଲେ ପୀଡିତା । ପୀଡିତାଙ୍କ ମା’ ଙ୍କ କହିବା କଥା ଯେ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ । ପୋଲିସ ଏହି ମାମଲାରେ କିଛି ବ୍ୟକ୍ତିଙ୍କ ଅଟକ ରଖି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.