ଚୌଦ୍ବାରରେ ନାବାଳିକାଙ୍କୁ ଅପହରଣ ଅଭିଯୋଗ

Published By : Prameya-News7 Bureau | February 22, 2019 IST

ଚୌଦ୍ବାର ୨୨|୨ : ଚୌଦ୍ବାର ପୌରାଞ୍ଚଳ ୧୨ନଂ ୱାର୍ଡରୁ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ୱାର୍ଡର ଓଟିଏମ କଲୋନୀ ଇ-ଲାଇନରେ ରହୁଥିବା ଶେଷଦେବ ମଳିକଙ୍କ ୧୧ବର୍ଷୀୟ ନାବାଳିକା ଝିଅ ଗତକାଲି ସକାଳେ ସ୍କୁଲକୁ ଯାଇ ଆଉ ଘରକୁ ଫେରି ନଥିଲା । ନାବାଳିକା ବାପା ମା ସ୍କୁଲ ଓ ନିକଟ ସମ୍ପର୍କୀୟ ଘରେ ଖୋଜାଖୋଜି କରିଥିଲେ । ହେଲେ ଝିଅକୁ ନପାଇବାରୁ ଚୌଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନାବାଳିକା ଜଣଙ୍କ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲା । ଝିଅକୁ ପଡୋଶୀରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଦମ୍ପତି ଅପହରଣ କରି ନେଇଥିବା ଶେଷଦେବ ଅଭିଯୋଗ କରିଛନ୍ତି। ଏହାକୁ କେନ୍ଦ୍ରକରି ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ସଂପୃକ୍ତ ମହିଳାଙ୍କୁ ଥାନାକୁ ନେବାପରେ ପରିସ୍ଥିତ ଶାନ୍ତ ପଡିଥିଲା। ମହିଳାଙ୍କ ସ୍ବାମୀ ଫେରାର ହୋଇଯାଇଥିବାର ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.