କ୍ବାରେଣ୍ଟାଇନ୍ ସେଣ୍ଟରରେ ନାବାଳିକାଙ୍କୁ ଯୌନ ନିର୍ଯାତନା : ୨ଜଣ ଗିରଫ

Published By : Prameya-News7 Bureau | July 24, 2020 IST

ନୂଆଦିଲ୍ଲୀ ୨୪/୭: ଦକ୍ଷିଣ ଦିଲ୍ଲୀର କୋଭିଡ କେୟାର ସେଣ୍ଟରରେ ୧୪ବର୍ଷର ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନାର ମାମଲା ସାମନାକୁ ଆସିଛି। ପୀଡ଼ିତା ଜଣକ କରୋନା ଭାଇରସରେ ସଂକ୍ରମିତ ହୋଇଥିବାରୁ ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ନାବାଳିକାଙ୍କୁ ଯୌନ ଅତ୍ୟାଚାର କରିଥିଲା।

ଦକ୍ଷିଣ ଦିଲ୍ଲୀର କୋଭିଡ କେୟାର ସେଣ୍ଟରରେ ହୋଇଥିବା ଏହି ଘଟଣା ଯୋଗୁଁ ହଇଚଇ ସୃଷ୍ଟି ହୋଇଥିଲା। ଏହି ମାମଲାରେ ଦକ୍ଷିଣ ଦିଲ୍ଲୀ ପୋଲିସ୍ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି ଏବଂ ୨ଅଭିଯୁକ୍ତଙ୍କୁ ଗିରଫ କରିଛି। କୁହା ଯାଉଛି ଯେ ଜଣେ ଅଭିଯୁକ୍ତ ନାବାଳିକାଙ୍କୁ ଯୌନ ଅତ୍ୟାଚାର କରିଥିବାବେଳେ ଅନ୍ୟ ଅଭିଯୁକ୍ତ ତାକୁ ଏଥିରେ ସାହାଯ୍ୟ କରିଥିଲା।

ପୀଡ଼ିତା ଏବଂ ଅଭିଯୁକ୍ତ ଦିଲ୍ଲୀ ବାସିନ୍ଦା। ପୋଲିସଙ୍କ କହିବା ଅନୁସାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଭିଡିଓ କନଫରେନସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା,ଯେଉଁଠାରୁ ଉଭୟଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.