Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ନାବାଳିକାଙ୍କୁ ୬ ମାସରେ ୪୦୦ ଜଣ କଲେ ଦୁଷ୍କର୍ମ, ମା’ର ମୃତ୍ୟୁ ପରେ ବିବାହ କରାଇ ଦେଇଥିଲା ବାପ

14/11/2021 at 10:12 PM

ଦିଲ୍ଲୀ ୧୪/୧୧: ପୁଣି ଲଜ୍ଜା ! ଜଣେ ନାବାଳିକାଙ୍କୁ ୬ ମାସ ହେଲା ପୋଲିସ କର୍ମୀଙ୍କ ସହ ୪୦୦ ଜଣ ଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି। ଏଥିରେ ପୀଡ଼ିତା ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ଦୁଇ ବର୍ଷ ପୂର୍ବରୁ ନାବାଳିକାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା। ତାପରେ ତାଙ୍କ ବାପା ତାଙ୍କର ବିବାହ କରାଇ ଦେଇଥିଲେ। ଘରକୁ ଆସିବା ପୂର୍ବରୁ ନାବାଳିକା ବର୍ଷେ ଯାଏଁ ନିଜ ଶାଶୂ ଘ​‌ରେ ରହିଥିଲେ। ସେଠାରେ ତାଙ୍କ ଶ୍ବଶୁର ତାଙ୍କୁ ହଇରାଣ ହରକତ କରୁଥିଲେ ।

ମହରାଷ୍ଟ୍ର ବିଡ୍‌ ଜିଲ୍ଲାର ଏହି ଘଟଣା ଘଟିଥିବା ବେଳେ ନାବାଳିକା ଶାଶୂ ଘରେ ପ୍ରତାରିତ ହେବା ପରେ କାମ ଖୋଜିବାକୁ ଆମ୍ବାଜୋଗାଇ ସହ ଚାଲିଆସିଥିଲେ। ସେଠାରେ ଦୁଇ ଜଣ ତାଙ୍କୁ ଚାକିରି ଦେବାକୁ କହି ତାଙ୍କର ଇଜତ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହା ପରେ ପରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ପାଖାପାଖି ୪୦୦ ଲୋକ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହା ପରେ ସେ ଗର୍ଭବତୀ ହୋଇଛନ୍ତି ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି ।

ଏହା ପୂର୍ବରୁ ଠାଣେ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ୩୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ନେଇ ଖବର ଆସିଥିଲା । ଚଳିତବର୍ଷ ଜାନୁଆରୀ ୨୯ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୩୩ ଜଣ ଯୁବକ ତାଙ୍କୁ ଦୁଷ୍କର୍କ କରିଥିବା ନଇେ ପୀଡ଼ିତା ଅଭିଯୋଗ କରିଥିଲେ। ଜାନୁଆରୀ ମାସରେ ପ୍ରଥମେ ଜଣେ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ସୁଟ୍‌ କରିଥିଲା। ଏହା ପରେ ଏହି ଭିଡିଓ ଭାଇରାଲ କରିଦେବାର ଭୟ ଦେଖାଇ ନିଜର ବନ୍ଧୁମାନଙ୍କ ସହ ମିଶି ପୀଡ଼ିତାଙ୍କୁ ଗୁଣଦୁଷ୍କର୍ମ କରିଥିଲା ଅଭିଯୁକ୍ତ।  

   Related Posts