କଳାହାଣ୍ଡିରେ ବୁଲା କୁକୁର ଆତଙ୍କ, କୁକୁର ଆକ୍ରମଣରେ ନାବାଳିକା ଗୁରୁତର

Published By : Prameya-News7 Bureau | June 08, 2019 IST

କଳାହାଣ୍ଡି ୮|୬: କଳାହାଣ୍ଡିରେ ବୁଲା କୁକୁର ଆତଙ୍କ ଦେଖିବାକୁ ମିଳିଛି । ଗୋଲାମୁଣ୍ଡା ବ୍ଲକ୍ ଫରଙ୍ଗ ପଞ୍ଚାୟତ ଖଇରପଦର ଗାଁରେ କୁକୁର କାମୁଡାରେ ନାବାଳିକା ଗୁରୁତର ହୋଇଛନ୍ତି । ଗୁରୁତର ନାବାଳିକା ହେଉଛନ୍ତି ତପ ସାହୁ । ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଗଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":120854}

ଜୁନ୍ ୧ ତାରିଖରେ ବାଞ୍ଜିବାହାଲ ଗାଁରେ କୁକୁର କାମୁଡାରେ ଭୁମିସୁତା ମାଝୀଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଜୁନ୍ ୩ ତାରିଖରେ ଖସିଗୁଡା ଗାଁରେ ମେଣ୍ଢା ପଲ ଉପରେ ବୁଲା କୁକୁର ଆକ୍ରମଣ କରିଥିବା ବେଳେ ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.