Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ନିର୍ଭୟା ଘଟଣା ପରେ ସୁଧୁରି ନାହାନ୍ତି ଦୁଷ୍କର୍ମକାରୀ, ପୁଣି ଗର୍ଭବତୀ ହେଲେ ଦଶମ ଶ୍ରେଣୀ ଛାତ୍ରୀ

5/02/2020 at 4:28 PM

କୁରୁକ୍ଷେତ୍ର୫/୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୂରା ଦେଶରେ ଆହାକାର ପଡ଼ିଛି। ହେଲେ ଦୁଷ୍କର୍ମକାରୀଙ୍କ ମନରେ ଭୟ ନାହିଁ। ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଥରେ ନୁହେଁ କି ୨ଥର ନୁହେଁ ପୀଡ଼ିତା ବାରମ୍ବାର ଦୁଷ୍କର୍ମର ଶିକାର ହୋଇଛନ୍ତି। ଯାହାଫଳରେ ପୀଡ଼ିତା ଗର୍ଭବତୀ ହୋଇ ଯାଇଥିଲେ।

ସୂଚନାଯୋଗ୍ୟ ଯେ କୁରୁକ୍ଷେତ୍ର ଜିଲ୍ଲାର ଏକ ଗାଁରେ ଏଭଳି ଘଟଣା ଘଟିଛି। ଅଚାନକ ଛାତ୍ରୀଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିଥିଲା। ପୀଡ଼ିତା ଓ ତାଙ୍କ ମାଆ ମିଶି ହସ୍ପିଟାଲରେ ପହଞ୍ଚିଥିଲେ। ଡାକ୍ତର ପରୀକ୍ଷା କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ପୀଡ଼ିତା ଗର୍ଭବତୀ ଥିବା କଥା ଡାକ୍ତର ତାଙ୍କ ମାଆଙ୍କୁ କହିଥିଲେ।

ପୀଡ଼ିତାଙ୍କ ମାଆ ଘଟଣା ସଂପର୍କରେ  ଜାଣିବା ପରେ ଅଭିଯୁକ୍ତ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଛାନ୍‌ଭିନ୍ ପରେ ପ୍ରବୀଣ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ନିଜ ଦୋକାନରେ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଏହି ଘଟଣାରେ ସ୍ଥାନୀୟ ଲୋକେ ଅଭିଯୁକ୍ତର ଦୋକାନ ଭାଙ୍ଗି ଚୁରମାର୍ କରି ଦେଇଥିଲେ।

   Related Posts