ବାପା ସାମ୍ନାରେ ଝିଅକୁ ଦୁଷ୍କର୍ମ
2/07/2018 at 5:30 AM

ନିହାତି ଲଜ୍ଜାଜଣକ ଓ ଅମାନୁଷିକ ଘଟଣା ! ଦିବ୍ୟାଙ୍ଗ ବାପା ସାମ୍ନାରେ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ | ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଂବାଡ଼ିରୁ | ସୂଚନା ଯୋଗ୍ୟ ଯେ, ୧୦ମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକା ଜଣକ ତାର ଦିବ୍ୟାଙ୍ଗ ବାପାଙ୍କ ସହ ଜାତି ପ୍ରମାଣପତ୍ର ପାଇଁ ଦାରିଙ୍ଗବାଡି ଆସି ଗୁରୁବାର ନିଜ ଗ୍ରାମ ପର୍ତମାହାକୁ ସଂଧ୍ୟା ସମୟରେ ଯିବାବଳେ ବାପାଙ୍କ ସମ୍ମୁଖରୁ ୨ ଜଣ ଯୁବକ ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦାରିଙ୍ଗବାଡି ପୋଲିସ ୮୫/18 ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଦାରିଙ୍ଗବାଡି ନାବାଳିକା ଗଣଦୁଷ୍କର୍ମ ପୀଡିତାଙ୍କୁ ଆଜି ଫୁଲବାଣୀ ସିଡବ୍ଲୁସି ରେ ହାଜର କରାଯିବ। ସେଠାରେ ତାର ବୟାନ ରେକର୍ଡ କରାଯିବ ବୋଲି ଜଣାପଡିଛି। ଅପରପକ୍ଷରେ ଗଣଦୁଷ୍କର୍ମ ଅଭିଯୁକ୍ତ ଦୁଇଜଣଙ୍କୁ ଗ୍ରାମବାସୀ ଧରି ନିସ୍ତୁକ ମାଡ ମାରିବା ଫଳରେ ଜଣେ ଅଭିଯୁକ୍ତ ବୁବୁନ ନାୟକକୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି। ଅନ୍ୟଜଣେ ଅଭିଯୁକ୍ତ ନାବାଳକ ଜଣକ ଫେରାର ଥତ୍ବା ଜଣାପଡିଛି।