ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ : ଘଟଣାକୁ ନେଇ ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ଧମକ-"ଅଭିଯୁକ୍ତଙ୍କୁ ଗିରଫ ନକଲେ ଘରେ ନିଆଁ ଲଗାଇଦେବି"

Published By : Prameya-News7 Bureau | January 24, 2019 IST

ଅଲବର ୨୪/୧ : ରାଜସ୍ଥାନର ବଡୋଦାମେବରେ ପୁଣି ଲଜ୍ଜା | ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି | ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି | ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି |


ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଜଣେ ବ୍ୟକ୍ତି ଥାନାରେ ଏତଲା ଦେଇଥିଲେ ଯେ, ତାଙ୍କ ଝିଆରୀ ସକାଳୁ ସ୍କୁଲକୁ ଯାଇ ଘରକୁ ଫେରିନାହିଁ | ନାବାଳିକା ମଙ୍ଗଳବାର ଦିନ ସକାଳୁ ସ୍କୁଲକୁ ଯିବା ପାଇଁ ବାହାରିଥିଲେ | କିନ୍ତୁ ୪ଟା ରେ ସ୍କୁଲ ଛୁଟି ହେବାପରେ ଘରକୁ ଫେରିନଥିଲେ | ବୁଧବାର ଦିନ ସକାଳେ ନାବାଳିକା ସ୍କୁଲ ପାଖ ବିଲରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସ ଖବର ଦେଇଥିଲେ | ପଚରାଉଚୁରା କରିବାରୁ ଜଣାପଡିଥିଲା, ଯେଉଁ ବ୍ୟକ୍ତି ଝିଆରୀ ନିଖୋଜ ହେବ ନେଇ ଥାନାରେ ଏତଲା ଦେଇଥିଲେ ନାବାଳିକା ତାଙ୍କର ହିଁ ଝିଆରୀ | ହୋସ ଆସିବା ପରେ ନାବାଳିକା ଘରଲୋକଙ୍କୁ ସବୁ କଥା କହିଥିଲେ | ନାବାଳିକା କହିଥିଲେ ଯେ, ସକାଳେ ସ୍କୁଲ ଯିବା ସମୟରେ ତାଲିମ ଖାନ ନାମକ ଯୁବକ ତାର ଅନ୍ୟ ଦୁଇ ସାଙ୍ଗଙ୍କ ସହ ମିଶି ନାବାଳିକାକୁ ଜୋର ଜବରଦସ୍ତ ବାଇକରେ ବସାଇ ଅପହରଣ କରିନେଇଥିଲା | ନାବାଳିକା ଚିତ୍କାର କରିବାରୁ ଛୁରୀ ଦେଖାଇ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ | ଏଥିରେ ଡରିଯାଇ ନାବାଳିକା ଚୁପ ହୋଇଯାଇଥିଲେ | ଏହାପରେ ସେମାନେ ନାବାଳିକାକୁ ଏକ ବିଲକୁ ନେଇଯାଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ | ଏହାପରେ ନାବାଳିକାକୁ ଚେତାଶୂନ୍ୟ ଅବସ୍ଥାରେ ବିଲରେ ଛାଡ଼ିଦେଇ ଚାଲିଯାଇଥିଲେ |


ରାମଗଡ଼ ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ୁଥିବା ଭାରତୀୟ ସମାଜବାଦୀ ପାର୍ଟି ପ୍ରାର୍ଥୀ ଜଗତ ସିଂ ଘଟଣାକୁ ନେଇ ଧମକ ଦେଇଥିବା ଭିଡିଓ ଭାଇରାଲ ହୋଇଛି | ଭିଡିଓରେ ସେ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଦେବାକୁ କହିଛନ୍ତି | ଘଟଣାକୁ ନେଇ ଭଡକୀ ଯାଇଛନ୍ତି | ସେ କହିଛନ୍ତି ଯେ, ପୋଲିସ ଯଦି ଅଭିଯୁକ୍ତଙ୍କୁ ଗିରଫ ନକରିବ ତାହେଲେ ସେ ଆସନ୍ତାକାଲି ଗାଁରେ ପଶି ଯାହା କ୍ଷତି କରିବେ ସେଥିପାଇଁ ପୋଲିସ ଦାୟୀ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.