Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ପଞ୍ଝାରେ କିରାଣୀ, ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୬୦୦ ଟଙ୍କା ଲାଞ୍ଚ
  • ||
  • ଆଜି ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ, ପୁରସ୍କୃତ ହେବେ ଶ୍ରେଷ୍ଠ-୧୪ ପ୍ରତିଭାଦୀପ୍ତ ମହିଳା
  • ||
  • ଆଜି ସନ୍ଧ୍ୟାରେ ନ୍ୟୁଜ୍ ସେଭେନ୍ ସର୍ଟଫିଲ୍ମ କଣ୍ଟେଷ୍ଟ୍ ‘ସୋ-କେଶ୍ ୨୦୨୦’ର ପୁରସ୍କାର ବିତରଣୀ, ୧୨ଟି ବର୍ଗରେ ରହିଛି ପୁରସ୍କାର
  • ||
  • ଇଂଲଣ୍ଡ ବ୍ୟାଟିଂରେ ଭନ୍ ନିରାଶ, କହିଲେ- ‘ପିଚ୍ ଭଲ ଥିଲା କିନ୍ତୁ ଖେଳି ପାରିଲେ ନାହିଁ’
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ଗଣଦୁଷ୍କର୍ମ ପୀଡିତାଙ୍କୁ ଏସିଡ ମାଡ : ନା ମାନେ ନା

5/06/2018 at 9:21 AM

କୁଚ୍ଚିତ ମାନସିକତା ! ପ୍ରେମ,ବ୍ଲାକମେଲ,ଗଣଦୁଷ୍କର୍ମ ପରେ ଏସିଡ ଆକ୍ରମଣ | ଚଣ୍ଡୀଗଡ଼ର ଜଣେ ନାବାଳିକାଙ୍କ ସହ ଘଟିଛି ଏମିତି ଅଘଟଣ | କାହାଣୀ ଆରମ୍ଭ ହୁଏ ଫେସବୁକରୁ | ନିଜକୁ ହିନ୍ଦୁ ଯୁବକର ପରିଚୟ ଦେଇ ନାବାଳିକା ସହ ବନ୍ଧୁତା ସ୍ଥାପନ କରେ ଜଣେ କାଶ୍ମୀର ନାବାଳକ | ବନ୍ଧୁତାରୁ ପ୍ରେମରେ ପରିଣତ ହୋଇଥିଲା ସମ୍ପର୍କ | ଫେସବୁକରୁ ପରିଚିତ ପ୍ରେମୀଯୁଗଳଙ୍କ ସମ୍ପର୍କ ଦୈହିକ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା | କେତେବେଳେ ନାବାଳିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ଉଠାଇନେଇଥିଲା ପ୍ରେମିକ | ଏବଂ ପରେ ସେହି ଫୋଟୋକୁ ନେଇ ପ୍ରେମିକାକୁ ନେଇ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲା କାମୁକ ପ୍ରେମିକ | ସୂଚନାଯୋଗ୍ୟ, ପ୍ରେମିକାକୁ ଫୋଟୋ ଫେରାଇବାକୁ ଶ୍ରୀନଗର ଡାକିଥିଲା ପ୍ରେମିକ | ହେଲେ ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା | ଘଟଣା ପରେ ନାବାଳିକା ଗର୍ଭବତୀ ହୋଇଥିଲେ | ଏ ନେଇ ଥାନାରେ ଅଭିଯୋଗ ପରେ କାମୁକକୁ ଗିରଫ କରାଯାଇଥିଲା | କିନ୍ତୁ ୨୫ ଦିନ ପରେ ଅଭିଯୁକ୍ତକୁ ଛାଡି ଦିଆଯାଇଥିଲା | ଦୁଷ୍କର୍ମ ମାମଲାର ଶୁଣାଣି ପାଇଁ କୋର୍ଟ ଯିବା ବେଳେ ପୀଡିତାଙ୍କୁ ଏସିଡ ଆକ୍ରମଣ କରିଥିଲା ଅଭିଯୁକ୍ତ | ତେବେ ପ୍ରଶ୍ନ ଉଠୁଛି ଅଭିଯୁକ୍ତ ନାବାଳକକୁ ପୋଲିସ ଛାଡିଲା କାହିଁକି ? ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅନ୍ୟ ଅଭିଯୁକ୍ତ ଗଲେ କୁଆଡେ ? କୋର୍ଟ ପରିସରରେ କଡା ସୁରକ୍ଷାରେ ନାବାଳିକାକୁ କେମିତି ହେଲା ଆକ୍ରମଣ ? ପୋଲିସର କାର୍ଯ୍ୟ ଶୈଳୀ ଉପରେ ଉଠୁଛି ପ୍ରଶ୍ନ ….

Leave a Reply

   Related Posts