ପ୍ରେମିକ ସହ ଫେରାର ଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ : ଅଚେତ ଅବସ୍ଥାରେ ଉଦ୍ଧାର, ୫ ଅଟକ

Published By : Prameya-News7 Bureau | June 25, 2019 IST

ବଡ଼ବିଲ ୨୫|୬: ଯୋଡ଼ାରେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ଗୁରୁତର ନାବାଳିକାଙ୍କୁ ଯୋଡ଼ା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାର ପୋଲିସ ତଦନ୍ତ କରି ୫ଜଣଙ୍କୁ ଅଟକ ରଖିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଯୋଡ଼ାର ଜଣେ ନାବାଳିକା ଗତ ଗୁରୁବାରଠାରୁ ଘରୁ କେଉଁଆଡେ ପଲାଇଥିଲେ । ତେବେ ଗତକାଲି ନାବାଳିକାଙ୍କୁ କିଛି ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ରାତିରେ ଯୁବକମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା ନାବାଳିକାଙ୍କ ପରିବାର ଲୋକ । ଗଣ ଦୁଷ୍କର୍ମ କରିବା ପରେ ଆଜାଦ ବସ୍ତି ନିକଟ ପଡ଼ିଆରେ ନାବାଳିକାକୁ ଅଚେତ୍ ଅବସ୍ଥାରେ ଛାଡି ଚାଲିଯାଇଥିଲେ ଦୁର୍ବୃତ୍ତ । ଅଚେତ୍ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ଯୋଡା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି । ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ୫ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.