ବଣାଇ ଲହୁଣିପଡା ଥାନା ଟକ୍ରା ଗାଁରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ; ୪ ଅଭିଯୁକ୍ତ ଅଟକ

Published By : Prameya-News7 Bureau | October 30, 2018 IST

ସୁନ୍ଦରଗଡ ୩୦|୧୦: ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ବଣାଇ ଲହୁଣିପଡା ଥାନା ଟକ୍ରା ଗାଁରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଆସିଛି । ନାବାଳିକା ଜଣକ ଘରକୁ ଯିବା ପାଇଁ ବଜାରରେ ଠିଆ ହୋଇଥିଲେ । ସେହି ଗାଁର ୪ ଜଣ ଯୁବକ ନାବାଳିକାଙ୍କୁ ଘରେ ଛାଡିଦେବାକୁ କହି ନେଇ ଯାଇଥିଲେ । ଗାଁ ପିଲା ହୋଇଥିବାରୁ ନାବାଳିକା ଜଣକ ସେମାନଙ୍କ କଥାରେ ବିଶ୍ବାସ କରି ତାଙ୍କ ସହ ଚାଲି ଯାଇଥିଲେ । ହେଲେ ଘରେ ଛାଡିବା ବଦଳରେ ତାଙ୍କୁ ନିଛାଟିଆ ଜାଗାକୁ ନେଇ ସେମାନେ ଦୁଷ୍କର୍ମ କରିଥିଲେ । ଗତକାଲି ବିଳମ୍ବିତ ରାତିର ଏଭଳି ଘଟଣା ଘଟିଛି। ପୀଡିତା ଜଣକ ସେଠାରୁ ଖସି ଆସି ଘରେ ପହଞ୍ଚି ସବୁ କଥା କହିଥିଲେ । ଘଟଣା ସଂପର୍କରେ ପରିବାରଲୋକ ଲହୁଣିପଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଅଟକ  ରଖି ପଚାରଉଚରା କରୁଛି । ଏହା ସହ ଗୋଟିଏ ବାଇକ୍ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.