ଯାତ୍ରା ଦେଖିବାକୁ ଯାଇଥିବା ନାବାଳିକାଙ୍କୁ ଦୁଇ ନାବାଳକ କଲେ ଗଣଦୁଷ୍କର୍ମ !

Published By : Prameya-News7 Bureau | June 06, 2019 IST

ଲମତାପୁଟ ୬|୬: ନାବାଳିକାକୁ ଗଣ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଗାଁରେ ଯାତ୍ରା ଚାଲିଥିବା ବେଳେ ନାବାଳିକାଙ୍କୁ ଡାକି ନେଇ ଗାଁ ନିକଟସ୍ଥ ସ୍କୁଲ ପରିସରରେ ଦୁଇ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ପକ୍ଷରୁ ମାଛକୁଣ୍ଡ ଥାନାରେ ଏତଲା ଦିଆଯାଇଛି । ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଅଧିକ ତଦନ୍ତ ଚଳାଇଛି ମାଛକୁଣ୍ଡ ପୋଲିସ ।

{"id":120091}

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳର ଜଣେ ନାବାଳିକା ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି । ଗାଁରେ ଯାତ୍ରା ଚାଲିଥିବା ବେଳେ ଦୁଇ ଜଣ ନାବାଳକ ନାବାଳିକାଙ୍କୁ ଗାଁ ନିକଟ ବିଦ୍ୟାଳୟ ପରିସରକୁ ଡାକି ସେଠାରେ ଗଣଦୁଷ୍କର୍ମ କରିଥିଲେ । ଏ ନେଇ ନାବାଳିକା ପରିବାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଉଭୟ ପକ୍ଷଙ୍କୁ ଡକାଇ ପଚରାଉଚରା କରିଥିବାବେଳେ ଦୁଷ୍କର୍ମ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା । ଫଳରେ ପୀଡିତା ପରିବାରଲୋକ ସିଡବ୍ଲୁସିର ଦ୍ବାରସ୍ଥ ହୋଇଥିଲେ । ପୀଡିତାଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ସଖୀ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ପୀଡିତାଙ୍କୁ ନେଇ ମାଛକୁଣ୍ଡ ଥାନାରେ ପହଞ୍ଚି ପୁଣି ଥରେ ଏତଲା ଦିଆଯାଇଛି ।

{"id":120092}

ଜିଲ୍ଲା ଶିଶୁ ଅଧିକାରୀ ଓ ସଖୀ ଅଧିକାରୀ କହିଛନ୍ତି ପୋଲିସ ଏବଂ ଗ୍ରାମବାସୀଙ୍କ ଚାପରେ ପୀଡିତା ଓ ପରିବାର ଏତଲାକୁ ଫେରସ୍ତ ନେଇଥିଲେ । ଗ୍ରାମରେ ପୀଡିତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୋରାପୁଟ ନେଇଯାଇଥିବା କହିଛନ୍ତି । ସେଠାରେ ପୋଲିସ ତଦନ୍ତ କରିବା ସହ ପୀଡିତାଙ୍କ ବୟାନ ସେଠାରେ ରେକର୍ଡ କରାଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.