Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ନୂଆଦିଲ୍ଲୀ : ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ASI ଗିରଫ, ବିଲଡରଙ୍କଠାରୁ ୨ କୋଟି ମାଗୁଥିଲେ ବଟି
  • ||

ନାବାଳିକାଙ୍କୁ ବାରମ୍ବାର ଗଣଦୁଷ୍କର୍ମ, ଭୟରେ ଅଭିଯୋଗ କରିପାରୁନଥିଲା କିନ୍ତୁ ବଢୁଥିଲା ଅଭିଯୁକ୍ତଙ୍କ ନିର୍ଯାତନା… ଏବେ ଖୋଲିଗଲା ଗୁମର

4/01/2020 at 12:47 PM

କେନ୍ଦୁଝର ୪।୧: କେନ୍ଦୁଝରରେ ଲଜ୍ଜା । ଜଣେ ନାବାଳିକାକୁ ଦୀର୍ଘ ଦିନ ଧରି ହାଟରୁ ଉଠାଇ ନେଇ କରାଯାଉଥିଲା ଗଣ ଦୁଷ୍କର୍ମ ଓ ଦିଆଯାଉଥିଲା ନିର୍ଯାତନା । ଘଟଣା ପ୍ରଘଟ କଲେ ହତ୍ୟା କରିବାର ଦିଆଯାଉଥିଲା ଧମକ । ଗଣଦୁଷ୍କର୍ମର ଶୀକାର ନାବାଳିକା ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବାପରେ ଘଟଣା ପଦାକୁ ଆସିଛି । 

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଏକ ଗ୍ରାମର ଜନୈକ ବ୍ୟକ୍ତି ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ତାଙ୍କ ସ୍ତ୍ରୀ ଏବଂ ତିନି ନାବାଳିକା ଝିଅ ବିଭିନ୍ନ କାମ ଧନ୍ଦା କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ନିଜ ବାଡିରେ ଥିବା ଲେମ୍ବୁ ଗଛରୁ ଲେମ୍ବୁ ତୋଳି ନେ ଦୁଇ ନାବାଳିକା ଭଉଣୀ ଗାଁ ପାଖ ହାଟ ସହ କୁକୁଡା ପଡାରେ ବିକ୍ରି କରନ୍ତି । ହେଲେ କିଛି ଦିନ ପୂର୍ବେ ଦୁଇ ଭଉଣୀ ଲେମ୍ବୁ ବିକ୍ରି ଘରକୁ ଫେରୁଥିବା ସମୟରେ  ଜୁରୁଡି ଓ ରାମଚନ୍ଦ୍ରପୁର ଗାଁର ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଆସି ଜଣଙ୍କୁ ଜବରଦସ୍ତି ମୋଟର ସାଇକେଲରେ ଉଠାଇ ନେଇଥିଲେ । ନାବାଳିକାଙ୍କୁ ନେଇ  ଅସୁରଖୋଲ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ । କାହାରିକୁ କହିଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଦୁଇ ଭଉଣୀ ଭୟରେ କାହାରିକୁ କିଛି କହିନଥିଲେ ।

ଏହାପରେ ଯୁବକ ଦୁଇ ଜଣଙ୍କ ସାହାସ ବଢିଯାଇଥିଲା । ପ୍ରତିଦିନ ହାଟରୁ ସେମାନେ ନାବାଳିକାଙ୍କୁ ବାରମ୍ବାର ଉଠାଇ ନେଇ ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରୁଥିଲେ । ଗତ ସୋମବାର ଦିନ ମଧ୍ୟ ଯୁବକ ଦୁଇ ଜଣ ନାବାଳିକାଙ୍କୁ ମୋଟର ସାଇକେଲରେ ଉଠାଇ ନେଇ ଜୁରୁଡି ଆଡେ ଯାଉଥିବା ସମୟରେ ମୋଟର ସାଇକେଲଟି ଗଛରେ ପିଟି ହୋଇଯାଇ ଦୁର୍ଘଟଣା ଘଟିଥିଲା । ସେଥିରେ ନାବାଳିକାଙ୍କର ଗୋଡ ଭାଙ୍ଗିଯିବା ସହ ଶରୀରର  ବିଭିନ୍ନ ସ୍ଥାନରେ କ୍ଷତ ମଧ୍ୟ ହୋଇଥିଲା । ଯୁବକ ଦୁଇଜଣ ପ୍ରଥମେ ନାବାଳିକାଙ୍କୁ ନେଇ ଏକ ଅଜଣା ଘରେ ଦୁଇ ଦିନ ରଖିଥିଲେ  । ଏହାପରେ ଆଣି ଝୁମ୍ପୁରା ଡାକ୍ତରଖାନାରେ ଚିକିତ୍ସା କରାଇ ଗତକାଲି ଆଣି ତାଙ୍କ ଘରେ ଛାଡି ପଳାଇଥିଲେ ।

ଘର ଲୋକ ଗତକାଲି ତାକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏହାପରେ ସଖୀ ସଂସ୍ଥା ପକ୍ଷରୁ ପୋଲିସକୁ ଖବର ଦିଆଯିବା ପରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଝୁମ୍ପୁରା ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ମା’ଙ୍କଠାରୁ ଏତଲା ଗ୍ରହଣ କରି ଏକ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  

   Related Posts