ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଦୁଇ ଯୁବକ ଅଟକ

Published By : Prameya-News7 Bureau | June 19, 2019 IST

ଝାରସୁଗୁଡା ୧୯|୬: ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ଥାନାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କୁ ଆଜି ଗିରଫ କରାଯିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ତାଳପଟିଆ ଫାଣ୍ଡି ଅନ୍ତର୍ଗତ ଗୋଟିଏ ଗାଁର ଜଣେ ନାବାଳିକାର ମା କାମ କରିବାକୁ ଯାଇ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା । ଫଳରେ ନାବାଳିକା ଜଣଙ୍କ ତାଙ୍କ ମାଆକୁ ଖୋଜିବାକୁ ଯାଇଥିଲା । ନାବାଳିକାଙ୍କୁ ଏକୁଟିଆ ଦେଖି ବନ୍ଧରପଡା ଅଞ୍ଚଳର ଦୁଇଜଣ ଯୁବକ ତାକୁ ନିକଟସ୍ଥ ଏକ ବନ୍ଧ ନିକଟକୁ ଡାକି ନେଇ ଗଣ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ଲୋକ ସୂଚନା ପାଇ ଚାଇଲ୍ଡ ଲାଇନ୍ କୁ ଫୋନ୍ କରି ଜଣାଇବା ପରେ ନାବାଳିକାକୁ ଉଦ୍ଧାର କରିବା ପରେ ଥାନାରେ ଖବର ଦିଆଯାଇଥିଲା । ଘଟଣା ସମ୍ପର୍କରେ ଛାନଭିନ କରିବା ପରେ ତାଳପଟିଆ ପୋଲିସ ଦୁଇଜଣ ଯୁବକ ଅନୀଲ ବାଗ ଓ  ରାଜାରମ ବାଗକୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଆଜି ନାବାଳିକାର ଡାକ୍ତରୀମାଇନା କରାଯିବା ପରେ ଆଜି ଅଟକ ଦୁଇ ଯୁବକଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.