ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କୁ ବ୍ଲାକମେଲିଂ କରି ଉଠାଇନେଲେ, ସହପାଠୀ ଏବଂ ତାଙ୍କ ବନ୍ଧୁ ମିଶି କଲେ ଗଣଦୁଷ୍କର୍ମ : ଥାନାରେ ମାମଲା

Published By : Prameya-News7 Bureau | August 18, 2020 IST

ସହାରନପୁର ୧୮।୮: ଉତ୍ତରପ୍ରଦେଶ ସହାରନପୁରରେ ଜଣେ ନାବାଳିକା ଛାତ୍ରୀ ନିଜ ନିଜ ସହପାଠୀ ଏବଂ ସେମାନଙ୍କ ସାଙ୍ଗମାନଙ୍କ ନାଁରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ନାବାଳିକା ଛାତ୍ରୀଙ୍କ ମା ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ ଦ୍ବାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କ ସହ ପଢୁଥିବା ନାବାଳକ ଛାତ୍ରମାନେ ଗଣଦୁଷ୍କର୍ମ କରିଛନ୍ତି । ଏହା ପରେ ଅଶ୍ଳୀଳ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବାକୁ ଧମକ ଦେଇ ଛାତ୍ରୀଙ୍କୁ ବାଇକ୍ ରେ ନେଇ ଯାଇଥିଲେ । ଏହି ଘଟଣା ସହାରନପୁର ଥାନା ସଦର ବଜାରରେ ଘଟିଛି ।

ନାବାଳିକା ଛାତ୍ରୀଙ୍କୁ ତାଙ୍କ ସହପାଠୀ ଏବଂ ତାଙ୍କ ସାଙ୍ଗମାନେ ଇନ୍ଦିରା କଲୋନୀକୁ ନେଇ ସେଠାରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୀଡିତାଙ୍କ କହିବା ଅନୁସାରେ ସହପାଠୀଙ୍କ ନିକଟରେ ତାଙ୍କର କିଛି ଫଟୋ ମଧ୍ୟ ରହିଛି ।

ସୋମବାର ଦିନ ଯେତେବେଳେ ଛାତ୍ରୀ ଜଣଙ୍କ ନିଜ ସାଙ୍ଗଙ୍କ ସହ ଯାଉଥିଲେ ସେହି ସମୟରେ ଦୁଇ ଜଣ ଯୁବକ ଆସି ନାବାଳିକା ଛାତ୍ରୀଙ୍କୁ ଫଟୋ ଦେଖାଇ ବ୍ଲାକମେଲିଂ କରିଥିଲେ । ଯୁବକ ଦୁଇ ଜଣ ତାଙ୍କ ସହ ଯିବା ପାଇଁ କହିଥିଲେ । ଭୟରେ ନାବାଳିକା ଜଣଙ୍କ ତାଙ୍କ ସହ ଚାଲିଯାଇଥିଲେ । ସେଠାରେ ପୂର୍ବରୁ ତାଙ୍କ ଜଣେ ସହପାଠୀ ଉପସ୍ଥିତ ଥିଲେ । ସେମାନେ ସେଠାରେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୋଲିସ ମାମଲା ରୁଜୁ କରି ପୀଡିତା ଛାତ୍ରୀଙ୍କ ଡାକ୍ତରୀ ମାଇନା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଦେଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.