ନାବାଳିକାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇ ନେଲା ପ୍ରେମିକ, ହେଲେ ବନ୍ଦଘରେ ରଖି ଭାଇମାନଙ୍କ ସହ ମିଶି ୭ମାସ କଲା ଦୁଷ୍କର୍ମ

Published By : Prameya-News7 Bureau | December 28, 2018 IST

ଲୁଧିଆନା ୨୮/୧୨- ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ଘଟଣା ପୁରୁଣା ହୋଇପାରେ, ହେଲେ ଆମେ ଯେଉଁ ଘଟଣା କହିବାକୁ ଯାଉଛୁ ଟିକେ ଭିନ୍ନ । ଆଜି ଯାହା କହିବାକୁ ଯାଉଛୁ, ଏଭଳି ଘଟଣା କେବେ ଆପଣ ଶୁଣି ନ ଥିବେ । ଜଣେ ପ୍ରେମିକ ଗୋଟିଏ ନାବାଳିକା  ଝିଅକୁ ନିଜ ପ୍ରେମରେ ଫସାଇ ବିବାହ କରିବାକୁ ପ୍ରତିଶୃତିଦେଇ ଉଠାଇନେବା ପରେ ନିଜ ଭାଇଙ୍କ ସହମିଶି କରିଛି ଗଣଦୁଷ୍କର୍ମ ।

ଏହି ଘଟଣା ଘଟିଛି ପଞ୍ଜାବର ହୈବୋବାଲ ଥାନା ଅଂଚଳରେ । ନାବାଳିକା ଜଣକ ନିଜ ବଡ଼ ଭଉଣି ସହ ଜଣେ ସଂପର୍କୀୟଙ୍କ ଘରେ ରହୁଥିଲେ । ସେହି ସଂପର୍କୀୟଙ୍କ  ଘରଠାରୁ ମାତ୍ର ଅଳ୍ପଦୂରରେ ରହୁଥିବା ଜଣେ ଯୁବକ ସହ ତାଙ୍କର ଗଢ଼ିଉଠିଥିଲା ପ୍ରେମ ସଂପର୍କ ।

ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ନାବାଳିକା ପ୍ରେମିକା ସହ ବାରମ୍ବାର ରଖୁଥିଲେ ଶାରୀରିକ ସଂପର୍କ । କିନ୍ତୁ ଏତିକିରେ ପ୍ରେମିକଙ୍କ ମନ ବୁଝିଲା ନାହିଁ ।

ନାବାଳିକାକୁ ବିବାହ କରିବାକୁ ପ୍ରତିଶୃତି ଦେଇ ଘରୁ ଉଠାଇ ନେଇଥିଲେ ଯୁବକ । ବିବାହ କରିବା ପରିବର୍ତ୍ତେ ନାବାଳିକାକୁ ୭ମାସ ଗୋଟିଏ ଘରେ ବନ୍ଦୀ କରି ରଖିଥିଲେ ଯୁବକ । ସେ ନିଜର ଆଉ ୨ ଭାଇଙ୍କ ସହ ମିଶି ୭ମାସ ଧରି ବାରମ୍ବାର ଦୁଷ୍କର୍ମ କରୁଥିବାର ଅଭିଯୋଗ ଆସିଛି ।

ନାବାଳିକା ଏହି ରାକ୍ଷସମାନଙ୍କ ଠାରୁ ଖସିବାକୁ କୌଣସି ବାଟ ପାଉ ନ ଥିଲେ । ଦିନେ ମୋବାଇଲଟିଏ ହାତରେ ପଡ଼ିବାପରେ ଜଣେ ସାଙ୍ଗକୁ ଫୋନ କରି ଏ ବାବଦରେ ଜଣାଇଥିଲା ନାବାଳିକା । ତା ପରେ ପରିବାର ଲୋକ ସେହି ଜାଗାରୁ ଉଦ୍ଧାର କରିବା ପରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.