Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ରାଜଧାନୀରେ ପୁଣି ଲଜ୍ଜା : ୭ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

29/12/2020 at 2:13 PM

ଭୁବନେଶ୍ବର ୨୯।୧୨: ରାଜଧାନୀରେ ପୁଣି ଲଜ୍ଜା । ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ସୋମବାର ସଂଧ୍ୟାରେ ଏଭଳି ଦୁଷ୍କର୍ମ ଘଟଣା ଘଟିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୀଡିତା ନାବାଳିକାଙ୍କ ବୟସ ୭ ବର୍ଷ ବୋଲି ଜଣାପଡିଛି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ରବି ଦାସକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯିବା ପରେ କୋର୍ଟ ଚାଲାଣ କରିଛି ପୋଲିସ ।

ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ଯୁବତୀ, ନାବାଳିକା, ଶିଶୁମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ବାରମ୍ବାର ଏଭଳି ଦୁଷ୍କର୍ମ ଘଟଣାମାନ ଭୁବନେଶ୍ବର ଅଞ୍ଚଳରେ ଦେଖିବାକୁ ମିଳୁଛି । କିଛି ଦିନ ତଳେ ଭୁବନେଶ୍ବରରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଦୁଷ୍କର୍ମ କରି ମଞ୍ଚେଶ୍ବର ରେଳଡବା ମରାମତି କାରଖାନା ନିକଟରେ ଫିଙ୍ଗି ଦେଇଥିଲେ । ପୀଡିତାଙ୍କୁ ଉଦ୍ଧାର କରିଥିଲା ପତିତ ଉଦ୍ଧାର ସମିତି । ଯୁବତୀ ଜଣଙ୍କ ଜଣେ ମାନସିକ ବିକାରଗସ୍ତ ହୋଇଥିବା ଜଣାପଡିଥିଲା ।

   Related Posts