୧୨ବର୍ଷର ଝିଅକୁ ୬୦ବର୍ଷ ବୟସ୍କ ବୃଦ୍ଧଙ୍କ ଦୁଷ୍କର୍ମ ଅଭିଯୋଗ, ଘଟଣା ସଂପର୍କରେ ନକହିବାକୁ ପୀଡିତାଙ୍କୁ ଧମକ

Published By : Prameya-News7 Bureau | July 31, 2020 IST

ଆଠମଲ୍ଲିକ ୩୧।୭: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ହିଙ୍ଗଣ୍ଡଳ ଗାଁରେ । ଗାଁର ୧୨ ବର୍ଷର ନାବାଳିକାଙ୍କୁ ସେହି ଗ୍ରାମର ୬୦ ବର୍ଷ ବୟସ୍କ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ  ଗାଁରେ ଉତ୍ତେଜନା ଦେଖାଦେଇଛି ।  ଗାଁ କମିଟି ନିଷ୍ପତ୍ତି ପରେ ଗ୍ରାମବାସୀ ନ୍ୟାୟ ପାଇଁ ଆଠମଲ୍ଲିକ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଡ଼ନ ସୃଷ୍ଟି କରିଛି ।

{"id":308040,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ୧୦ଟା ବେଳେ ସପୃକ୍ତ ବ୍ୟକ୍ତି ଗାଁର ଜଣେ ନାବାଳିକାଙ୍କୁ ବାଉଁଶ କରଡ଼ ଆଣିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଡାକିନେଇଥିଲା ।  ସେଠାରେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ।  ଘଟଣା ସଂପର୍କରେ କାହାରିକୁ କିଛି ଜଣାଇଲେ ଜୀବନରୁ ମାରିଦେବାକୁ କହିଥିଲେ । ରାତିରେ ନାବାଳିକା ଜଣଙ୍କ ଏ ସଂପର୍କରେ କହିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା । ପରିବାର ଲୋକ ଏବିଷୟରେ ଗାଁରେ ଆଲୋଚନା କରିବା ପରେ ରାତି ୧୦ଟା ବେଳକୁ ଆଠମଲ୍ଲିକ ଥାନାକୁ  ଆସିଥିଲେ ।  ଏ ନେଇ ଆଠମଲ୍ଲିକ ଥାନାରେ ଏତଲା ଦେଇଛନ୍ତି ଗ୍ରାମବାସୀ । ଦୁଷ୍କର୍ମକାରୀକୁ ଗିରଫ କରିବା ନେଇ ଗ୍ରାମବାସୀ ଦାବି କରିଛନ୍ତି । ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ଶିବ ପ୍ରଧାନକୁ ପୋଲିସ ଆଠମଲ୍ଲିକ ପୋଲିସ ଥାନାକୁ ଆଣିଥିବା ଜଣାପଡିଛି । ପୀଡିତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.