Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ନାବାଳିକା ଗଣଦୁଷ୍କର୍ମ ମାମଲା, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଓକିଲଙ୍କ ସହ ହାଜର ହେଲେ ଓଟିଭି ଏମ୍‌ଡିଙ୍କ ପ୍ରତିନିଧି

18/11/2020 at 1:34 PM

ଭୁବନେଶ୍ୱର ୧୮।୧୧: ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା । ବୁଧବାର  ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ହାଜର ହୋଇଛନ୍ତି ଓଟିଭି ଏମ୍‌ଡିଙ୍କ ପ୍ରତିନିଧି ଏବଂ ଓକିଲ । ସେପଟେ ଅଭିଯୋଗକାରିଣୀଙ୍କ ମାଆ ମଧ୍ୟ ଆୟୋଗଙ୍କ ନିକଟରେ ହାଜର ହୋଇଛନ୍ତି । ହାଜର ହେବା ପାଇଁ ଆୟୋଗଙ୍କ ପକ୍ଷରୁ ନୋଟିସ୍‌ କରାଯାଇଥିଲା ।

ଲକ୍‌ଡାଉନ୍‌ ସମୟରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ଆସିଥିଲେ । ସେବେଠାରୁ ମାମଲାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ସମୟ ଗଡିବା ସହ ଦିନକୁ ଦିନ ମାମଲାରୁ ନୂଆ ନୂଆ ତଥ୍ୟ ଏବଂ ଫୋନ୍‌ ରେକଡିଂ ସାମ୍ନାକୁ ଆସୁଥିଲା । ତେବେ ଗତ କିଛି ଦିନ ତଳେ ଏହି ମାମଲାରେ ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ ଓଟିଭି ଏମଡିଙ୍କ ପ୍ରତିନିଧି । ନିଜ ଓକିଲଙ୍କ ସହ ହାଜର ହୋଇଥିଲେ ଓଟିଭି ଏମଡିଙ୍କ ପ୍ରତିନିଧି । ମହିଳା କମିଶନଙ୍କ ପକ୍ଷରୁ ଏହି ମାମଲା ସମ୍ବନ୍ଧୀୟ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା । ସେହିପରି ଭୁଵନେଶ୍ବର ନାଵାଳିକା ଗଣଦୁଷ୍କର୍ମ ମାମଲାର ସିଵିଆଇ ତଦନ୍ତ ନିର୍ଦ୍ଦେଶ ପ୍ରାର୍ଥନା କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ମଧ୍ୟ ହୋଇଥିଲା ।

   Related Posts