Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ବାଟ ହୁଡିଲେ ଶିକ୍ଷକ, ନାବାଳିକାଙ୍କୁ ଏକୁଟିଆ ପାଇ କଲେ ଦୁଷ୍କର୍ମ : ଥାନାରେ ଏତଲା ଦେଲେ ପୀଡିତା ପରିବାର

26/01/2021 at 11:25 AM

ପନ୍ନା ୨୬।୧: ମଧ୍ୟପ୍ରଦେଶ ପନ୍ନାରେ ୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ସ୍କୁଲ ଶିକ୍ଷକଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ଗରିବ ପରିବାରର । ଏମିତିକି ତାଙ୍କ ଘରେ ବିଦ୍ୟୁତ୍ ସଂଯୋଗ ମଧ୍ୟ ନାହିଁ । ପୀଡିତାଙ୍କ ବାପା ଏ ନେଇ ଅଜୟଗଢ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

ପୀଡିତାଙ୍କ ସଂପର୍କୀୟଙ୍କ କହିବା ଅନୁସାରେ ନାବାଳିକାଙ୍କୁ ୫୦ ବର୍ଷ ବୟସ୍କ ସରକାରୀ ସ୍କୁଲର ଜଣେ ଶିକ୍ଷକ ଦୁଷ୍କର୍ମ କରିଛନ୍ତି । ନାବାଳିକା ଜଣଙ୍କ ତାଙ୍କ ସାନ ଭାଇଙ୍କୁ ଡାକିବା ପାଇଁ ଶିକ୍ଷକଙ୍କ ଘରକୁ ଯାଇଥିଲେ । ସଂପୃକ୍ତ ଶିକ୍ଷକଙ୍କ ଘରେ ତାଙ୍କ ଭାଇ ଟିଭି ଦେଖୁଥିଲେ । ଶିକ୍ଷକ ଜଣଙ୍କ ନାବାଳିକାଙ୍କ ସାନ ଭାଇକୁ ଘରକୁ ପଠାଇଦେଲେ ଏବଂ ନାବାଳିକାଙ୍କୁ ବାହାନା ଦେଖାଇ ସେଠାରେ ରଖି ଦୁଷ୍କର୍ମ କରିଥିଲେ ।

ଘରକୁ ଫେରି ପୀଡିତା ନାବାଳିକା ଘଟଣା ସଂପର୍କରେ ବାପା-ମାଙ୍କୁ ଜଣାଇଥିଲେ । ଏହାପରେ ନାବାଳିକାଙ୍କ ବାପା ଗ୍ରାମବାସୀଙ୍କ ସହ ଯାଇ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଦୁଷ୍କର୍ମ ଏବଂ ପକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

   Related Posts