Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କାମୁକ ରାକ୍ଷସ ପାଲଟିଗଲା ଜେଜେବାପା : ନାତୁଣୀଙ୍କୁ ଦୁଷ୍କର୍ମ କରି ଖୁଆଇ ଦେଇଥିଲା ଗର୍ଭପାତ ଔଷଧ

26/06/2020 at 2:36 PM

ଆଗ୍ରା ୨୬/୬: ତାଜ ନଗରୀ ଆଗ୍ରାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଭଳି ମାମଲା ସାମନାକୁ ଆସିଛି। ମଲପୁରାରେ ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଏଠାରେ ଜଣେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଜେଜେବାପା ଦୁଷ୍କର୍ମ କରିଛି। ମଲପୁରା ଅଞ୍ଚଳରେ କିଶୋରୀଙ୍କୁ ଦୁଷ୍କର୍ମ ପରେ ଗର୍ଭପାତ କରାଇଥିବା ଅଭିଯୁକ୍ତକୁ ଥାନା ପୋଲିସ୍ ଗୁରୁବାର ଗିରଫ କରି ଜେଲ୍ ପଠାଇ ଦେଇଛି। ଅଭିଯୁକ୍ତକୁ ପଥୌଲି ଫାଟକ ପାଖରୁ ଗିରଫ କରାଯାଇଛି।

ମଲପୁରା ଥାନା ଅଞ୍ଚଳରେ ଜୁନ୍ ୧୩ତାରିଖରେ କିଶୋରୀଙ୍କ ଘରେ ହଠାତ୍ ଦେହ ଖରାପ ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କୁ ଜଣା ପଡ଼ିଥିଲା ଯେ କିଶୋରୀ ପାଖାପାଖି ୭ମାସର ଗର୍ଭବତୀ। ତାଙ୍କୁ ଗର୍ଭପାତର ଔଷଧ ଖାଇବାକୁ ଦିଆଯାଇଥିଲା। ପରେ କିଶୋରୀ ପରିବାର ଲୋକଙ୍କୁ ପୂରା ଘଟଣା ବିଷୟରେ କହିଥିଲେ। ଗାଁରେ ଘର ପାଖରେ ରହୁଥିବା ତାଙ୍କ ସମ୍ପର୍କୀୟ ଜେଜେବାପା ତାଙ୍କୁ କେତେ ମାସ ହେବ ଦୁଷ୍କର୍ମ କରି ଆସୁଥିଲା। କିଶୋରୀ ଯେତେବେଳେ ଗର୍ଭବତୀ ହୋଇଥିଲେ ସେତେବେଳେ ଅଭିଯୁକ୍ତ ତାଙ୍କୁ ଗର୍ଭପାତର ଔଷଧ ଖୁଆଇ ଦେଇଥିଲେ। ଯାହା ଦ୍ବାରା କିଶୋରୀଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା।

ପରିବାର ଲୋକଙ୍କ ସୂଚନା ପାଇ ପୋଲିସ୍ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ସମେତ ଗୁରୁତର ମାମଲାରେ ମୋକଦ୍ଦମା ରୁଜୁ କରିଥିଲା।

   Related Posts