୫ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଅଶ୍ଳୀଳ ଭିଡିଓ ଦେଖି ଦୁଷ୍କର୍ମ କଲେ ନାବାଳକ

Published By : Prameya-News7 Bureau | June 11, 2021 IST

ଚଣ୍ଡିଗଡ ୧୧।୬: ମହିଳାମାନଙ୍କ ପ୍ରତି ଦିନକୁ ଦିନ ଅପରାଧ ବଢି ବଢି ଚାଲିଛି । କେବଳ ମହିଳା, ଯୁବତୀ ନୁହଁନ୍ତି ବରଂ ଦେଶରେ ଶିଶୁ ମାନେ ମଧ୍ୟ ସୁରକ୍ଷିତ ନୁହନ୍ତି । ନିକଟରେ ୫ମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକା ସହ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ହରିୟାଣାରୁ ।

ପୋଲିସ ନିକଟରେ ରୁଜୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ୨୪ ମେ’ରେ ପୀଡିତା ଘର ବାହାରେ ଖେଳୁଥିଲେ । ସେହି ସମୟରେ ନାବାଳିକାକୁ ଉଠାଇ ନେଇଥିଲେ ଅଭିଯୁକ୍ତ । ଡିସିପିଙ୍କ କହିବା ଅନୁସାରେ ଅଭିଯୁକ୍ତମାନେ ଦୁଷ୍କର୍ମ ବେଳର ଭିଡିଓ କରି ନାବାଳିକାଙ୍କୁ ଧମକ ଦେଇଥିଲେ । ଯଦି ଘଟଣା ସମ୍ପର୍କରେ କାହାରିକୁ କିଛି କହିବୁ ତେବେ ଭିଡିଓକୁ ଭାଇରାଲ୍ କରିବାକୁ ଧମକ ଦେଇଥିଲେ । ପରିବାରଲୋକ ଏ ସମ୍ପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏହି ମାମଲାରେ ଜଣେ ୧୮ ବର୍ଷ ବୟସ୍କ ଯୁବକଙ୍କ ସହ ୭ ନାବାଳକଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୫ ନାବାଳକଙ୍କ ବୟସ ୧୦-୧୨ ବର୍ଷ ହେବ । ପଚରାଉଚରା ବେଳେ ଜଣାପଡିଛି ଯେ, ସେମାନଙ୍କୁ ଯୁବକ ଜଣଙ୍କ ଉସକାଇବା ସହ ଅଶ୍ଳୀଳ ଭିଡିଓ ଦେଖାଇବା ପରେ ସେମାନ ଦୁଷ୍କର୍ମ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.