Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଏସିଡ ଫିଙ୍ଗି ହତ୍ୟା

20/08/2020 at 9:54 AM

ଭଦୋହୀ ୨୦/୮: ଉତ୍ତରପ୍ରଦେଶର ଭଦୋହୀ ଜିଲ୍ଲାରେ ୨ଦିନ ତଳେ ନିଖୋଜ ହୋଇଥିବା ଜଣେ ୧୭ବର୍ଷ ବୟସ୍କା ନାବାଳିକାଙ୍କ ଶବ ନଦୀ କୂଳରୁ ମିଳିଛି। ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ରହିଛି ଯେ ଗାଁ ପାଖରେ ହିଁ ଇଟା ଭାଟି ସଞ୍ଜାଳକ ଦୁଷ୍କର୍ମ କରିବା ପରେ ତାଙ୍କୁ ଏସିଡ ଫିଙ୍ଗି ହତ୍ୟା କରିଛି।

ଏହି ମାମଲାରେ ପୋଲିସ କହିଛି ଯେ ଏବେ ସୁଦ୍ଧା ତଦନ୍ତରେ ଦୁଷ୍କର୍ମ ଏବଂ ହତ୍ୟା କଥା ସାମନାକୁ ଆସିନାହିଁ। ଏବେ ପୁଣି ଥରେ ୫ଜଣ ଡାକ୍ତରଙ୍କ ପ୍ୟାନେଲରୁ ନାବାଳିକାଙ୍କ ପୋଷ୍ଟମର୍ଟମ କରାଯିବ। କୁହାଯାଉଛି ଯେ ୧୭ବର୍ଷ ବୟସ୍କା ନାବାଳିକା ପଡ଼ିଆରେ ଗାଈ ଚରାଇବାକୁ ଯାଇଥିବାବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ।

ଏହି ଘଟଣାରେ ପରିବାରଲୋକଙ୍କ ଅଭିଯୋଗରେ ପୋଲିସ୍ ଧାରା ୩୬୩ଅନୁସାରେ ମାମଲା ରୁଜୁ କରାଯାଇଥିଲା ଏବଂ ନାବାଳିକାଙ୍କୁ ଖୋଜା ଚାଲିଥିଲା। ଏହି ସମୟରେ ନାବାଳିକାଙ୍କ ଶବ ନଦୀ କୂଳରେ ବୁଦାରେ ଫସିଥିଲା। ଶବ ପୂରାପୂରି ଫୁଲି ଯାଇଥିଲା। ନାବାଳିକାଙ୍କ ଉପରେ ଏସିଡ ପକାଯାଇଥିଲା।

ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ ବିଳମ୍ବିତ ରାତିରେ ନାବାଳିକାଙ୍କ ପୋଷ୍ଟମର୍ଟମ କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ​‌ରେ ଦୁଷ୍କର୍ମ ଏବଂ ହତ୍ୟା କଥା ଏପର୍ଯ୍ୟନ୍ତ ସାମନାକୁ ଆସିନାହିଁ। ଏବେ କେବଳ ପାଣିରେ ବୁଡ଼ି ମୃତ୍ୟୁ କଥା ସାମନାକୁ ଆସିଛି।

ସେ କହିଛି ଯେ ଯେଉଁଭଳି ପରିବାର ଦ୍ବାରା ଆଶଙ୍କା ପ୍ରକାଶ କରାଯାଉଛି,ଏହାକୁ ଧ୍ୟାନରେ ରଖି ଏବେ ପୁଣି ଥରେ ନାବାଳିକାଙ୍କ ପୋଷ୍ଟମର୍ଟମ କରାଯିବ। ୫ଜଣିଆ ଡାକ୍ତରଙ୍କ ଟିମ୍ ଆଜି ପୋଷ୍ଟମର୍ଟମ କରିବ,ଯାହା ଫଳରେ ଏହି ମାମଲାରେ ଯେଉଁଭଳି ପ୍ରଶ୍ନ ଉଠୁଛି ତାହାର ଉତ୍ତର ମିଳିବ।

  

   Related Posts