Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୦ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା : ତାଡ଼ିଦେଲେ ଆଖି,ରକ୍ତାକ୍ତ ପୋଷାକ ଜବତ

26/08/2020 at 3:25 PM

ପଲବଲ ୨୬/୮: ହରିୟାଣାର ପଲବଲରେ ୧୦ବର୍ଷର ନାବାଳିକାଙ୍କ ନିର୍ମମ ଭାବେ ହତ୍ୟା କରି ଦିଆଯାଇଛି। ନାବାଳିକାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା ଏବଂ ତାଙ୍କର ହତ୍ୟା କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଦୁର୍ବୃତ୍ତମାନେ ନାବାଳିକାଙ୍କ ହତ୍ୟା କରି ତାଙ୍କ ଆଖି ତାଡ଼ି ଦେଇଛନ୍ତି।

ଆଶ୍ଚର୍ଯ୍ୟର କଥା ଏହିକି ଯେ ଯେତେବେଳେ ନାବାଳିକାଙ୍କ ପରିବାର ଲୋକେ ଏହି ମାମଲାରେ ଥାନାରେ ମୋକଦ୍ଦମା ରୁଜୁ କରିବାକୁ ଯାଇଥିଲେ ସେତେବେଳେ ପୋଲିସ୍ ମୋକଦ୍ଦମା ରୁଜୁ କରିବାକୁ ମନା କରି ଦେଇଥିଲା। ଏଥିରେ ରାଗିଯାଇ ପରିବାର ଲୋକେ ଏବଂ ଗାଁଲୋକେ ହୋଡଲ୍ ଥାନାକୁ ଘେରାଉ କରିଥିଲେ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ପୀଡ଼ିତ ପରିବାରର କହିବା ଅନୁସାରେ ଅଭିଯୁକ୍ତ ପୋଲିସ୍ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉ।

ମୃତ ନାବାଳିକାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କ ଝିଅ ସୋମବାର ଦ୍ବିପ୍ରହରରୁ ଘରୁ ନିଖୋଜ ଥିଲେ। ସେମାନେ ତାଙ୍କୁ ପଡ଼ୋଶୀ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କେଉଁଠି କିଛି ସୁରାଗ ମିଳିନଥିଲା।

ପରିବାର ଲୋକେ କହିଥିଲେ ଯେ ମଙ୍ଗଳବାର ଦ୍ବିପ୍ରହର ପରେ କିଛି ମହିଳା କ୍ଷେତ ଆଡ଼କୁ ଯାଇଥିଲେ। ସେଠାରେ ନାବାଳିକାଙ୍କ ଶବ ପଡ଼ିଥିବା ଦେଖି ସେମାନେ ଚିତ୍କାର କରିଥିଲେ। ସେମାନେ ଏବିଷୟରେ ନାବାଳିକାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ଗାଁ ଲୋକଙ୍କ କହିବା ଅନୁସାରେ ଯଦି ପୋଲିସ୍ ଅଭିଯୋଗ ହୋଇଥିବା ସମୟରେ କାର୍ଯ୍ୟାନୁଷ୍ଠାନ କରିଥାନ୍ତା ତେବେ ଏହି ଘଟଣା ଘଟିନଥାନ୍ତା। ପୀଡ଼ିତା ନାବାଳିକାଙ୍କ ପୋଷାକରେ ରକ୍ତ ଲାଗିଥିଲା। ଦୁର୍ବୃତ୍ତମାନେ ତାଙ୍କ ଆଖି ତାଡ଼ି ଦେଇଥିଲେ।

ପୋଲିସ୍ ଶବକୁ ସରକାରୀ ହସ୍ପିଟାଲକୁ ପଠାଇ ଦେଇଛି।

   Related Posts