ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ୧୪ ବର୍ଷର ନାବାଳକ

Published By : Prameya-News7 Bureau | September 18, 2020 IST

ରାଉରକେଲା, ୧୮|୦୯ : ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନାବାଳକ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ,   ବନ୍ଧମୁଣ୍ଡା ଥାନା ଅଂଚଳରେ  ଘରେ କେହି ନଥିବା ବେଳେ ଜଣେ ୧୩ ବର୍ଷର ନାବାଳିକା  ଦୁଷ୍କର୍ମର ଶିକାର  ହୋଇଥିଲେ । ଏନେଇ ପୀଡିତା ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଆଣିଥିଲେ ପୀଡିତା ନାବାଳିକାଙ୍କ ପରିବାର ଲୋକେ।

ଏହି ଘଟଣାରେ ବନ୍ଧମୁଣ୍ଡା ପୋଲିସ ୧୪ ବର୍ଷର ଅଭିଯୁକ୍ତ ନାବାଳକକୁ ଅଟକ ରଖି ତଦନ୍ତ କରୁଛି । ଏହାସହ ଅଭିଯୁକ୍ତ ନାବାଳକକୁ ଜୁଭେନାଲ ବୋର୍ଡ଼ରେ ହାଜର କରିବା ପର ସୁଧାର ଗୃହକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.